om academy

ନାବିକମାନଙ୍କ ଟୀକାକରଣକୁ କେନ୍ଦ୍ର ବନ୍ଦର, ଜାହଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟର ଗୁରୁତ୍ୱ

jsm

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍‌ଷ୍ଟି) : କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ତଥା ରସାୟନ ସାର ରାଷ୍ଟ୍ରମନ୍ତ୍ରୀ ମନ୍‌ସୁଖ ମାଣ୍ଡଭ୍ୟା ସଂପ୍ରତି ଦେଶରେ ନାବିକମାନଙ୍କ କୋଭିଡ୍‌ ଟୀକାକରଣ ସ୍ଥିତିର ସମୀକ୍ଷା କରିଛନ୍ତି । ନିର୍ଦ୍ଧାରିତ କର୍ମକ୍ଷେତ୍ରରେ ଯୋଗଦେବା ପୂର୍ବରୁ ସେମାନଙ୍କ ଟୀକାକରଣ କରିବା ପାଇଁ ସମସ୍ତ ପ୍ରୟାସ କରାଯିବା ଉପରେ ଶ୍ରୀ ମାଣ୍ଡଭ୍ୟା ଗୁରୁତ୍ୱାରୋପ କରିଛନ୍ତି । ନୌବାଣିଜ୍ୟ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ନାବିକମାନଙ୍କ କାର୍ୟ୍ୟର ରୂପରେଖକୁ ଧ୍ୟାନରେ ରଖି ଟୀକାକରଣ ଅଭିଯାନରେ ସେମାନଙ୍କୁ ଗୁରୁତ୍ୱ ପ୍ରଦାନ କରିବାକୁ ଅନେକ ମହଲରୁ ଦାବୀ ହୋଇ ଆସୁଥିଲା । ତେଣୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷାକରି ନାବିକମାନଙ୍କ କୋଭିଡ୍‌ ଟୀକାକରଣକୁ ପ୍ରାଧାନ୍ୟ ଦେଉଛି । ମନ୍ତ୍ରଣାଳୟର ହସ୍ତକ୍ଷେପ ଯୋଗୁଁ ମୁମ୍ବାଇ, କୋଚିନ୍‌, ଚେନାଇ, ବିଶାଖାପାଟନା, ସ୍ୟାମପ୍ରସାଦ ମୁଖାର୍ଜୀ (କୋଲକତା) ଓ ଟୁଟିକୋରିନ୍‌ ବନ୍ଦର ପରି ୬ଟି ବୃହତ ବନ୍ଦର ଡାକ୍ତରଖାନାରେ ନାବିକମାନଙ୍କ ଟୀକାକରଣ ଆରମ୍ଭ ହୋଇଛି । ଅଧିକନ୍ତୁ କେରଳର ଏକ ଘରୋଇ ଡାକ୍ତରଖାନାକୁ ନାବିକମାନଙ୍କ ଟୀକାକରଣ ପାଇଁ ସହବନ୍ଧିତ କରାଯାଇଛି । ନାବିକମାନଙ୍କ ଟୀକାକରଣ ନିମନ୍ତେ ଏମ୍‌ଏଏସ୍‌ଏସ୍‌ଏ, ଏଫ୍‌ଓଏସ୍‌ଏମ୍‌ଏ ଓ ଏନ୍‌ୟୁଏସ୍‌ଆଇ ନାବିକ ୟୁନିୟନ ଓ ସଂଘ ଟୀକାକରଣ ନିମନ୍ତେ ସ୍ୱତନ୍ତ୍ର ଶିବରମାନ ଆୟୋଜିତ କରିସାରିଛନ୍ତି । ଏତଦ୍‌ବ୍ୟତୀତ ରାଜ୍ୟ ଗୁଡିକର ପ୍ରାଥମିକ ତାଲିକାରେ ନାବିକମାନଙ୍କ ଟୀକାକରଣକୁ ସାମିଲ କରିବା ପାଇଁ କେନ୍ଦ୍ର ମନ୍ତ୍ରଣାଳୟ ଉଦ୍ୟମ ଜାରୀ ରଖିଛି । କେରଳ, ତାମିଲନାଡୁ ଓ ଗୋଆ ସରକାର ନାବିକମାନଙ୍କ ଟୀକାକରଣକୁ ମାନ୍ୟତା ପ୍ରଦାନ କରି ସାରିଲେଣି । ଏଣୁ ଭାରତ ସରକାର ମଧ୍ୟ ନାବିକମାନଙ୍କ ଟୀକାକରଣକୁ ସୁରଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଯଥା ସମ୍ଭବ ପ୍ରୟାସ ଜାରୀ ରଖିବେ ବୋଲି ପାରାଦ୍ୱୀପ ବନ୍ଦର ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.