ମୋବାଇଲ ଚାର୍ଜ କଲା ବେଳେ ବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ସତିଘାଟ ଗ୍ରାମର କୈଳାସ ଜାନି ନାମକ ଜଣେ ଯୁବକ ମୁରିବାହାଲ ବ୍ଲକ ଯୁଗିରତା ଗ୍ରାମକୁ ନିଜର ଏକ ହୋଟେଲ ତିଆରି କରିବା ପାଇଁ ଅନ୍ୟ କିଛି ଲୋକଙ୍କୁ ନେଇ ସେଠାରେ ରହି ନିର୍ମାଣ କାମ କରୁଥିଲେ । ସେ ମୋବାଇଲ ଚାର୍ଜ କରିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଖବର ପାଇ ଘଟଣା ସ୍ଥଳରୁ କୈଳାସ ଜାନିଙ୍କୁ ମୁରିବାହାଲ ପୋଲିସ ଉଦ୍ଧାର କରି ଟିଟିଲାଗଡ ସରକାରି ଡାକ୍ତରଖାନାକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ କୈଳାଶ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ପାରିବାରିକ ସ୍ଥିତି ମଧ୍ୟ ଭଲ ନ ଥିବା ଜଣାପଡିଛି ।

Leave A Reply

Your email address will not be published.

one × one =