ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦ୍‌ଯାପିତ : କଣ୍ଟାବାଞ୍ଜି ରେଡ ବିଜେତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଓଡିଶା କ୍ରିକେଟ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଆଜିର ଏହି ଫାଇନାଲ ମ୍ୟାଚ୍‌ଟି ୪୦ ଓଭର ବିଶିଷ୍ଟ ହୋଇଥିଲା । ବଲାଙ୍ଗିର ଗ୍ରୀନ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ୨୦.୫ ଓଭରରେ ୯୧ ରନ୍‌ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲେ । ଦଳ ତରଫରୁ ଟି.ଜେ. ରାଓ ସର୍ବାଧିକ ୨୩ ରନ୍‌ ସଂଗ୍ରହ କରିଥିଲେ । କଣ୍ଟାବାଞ୍ଜି ରେଡ ଦଳ ତରଫରୁ ସଫଳ ବୋଲର ଭାବରେ ଜିତ ବେହେରା ସର୍ବାଧିକ ୩ ଗୋଟି ୱିକେଟ, ଅବଦୁଲ ରହମାନ ଓ ଅୟାଜ ଅହମଦ ୨ ଗୋଟି ଲେଖାଏଁ ୱିକେଟ ନେଇଥିଲେ । ୯୨ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା କଣ୍ଟାବାଞ୍ଜି ରେଡ ଦଳ ୨୫.୨ ଓଭରରେ ୬ ୱିକେଟ ବିନିମୟରେ ଆବଶ୍ୟକ ୯୨ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । କଣ୍ଟାବାଞ୍ଜି ରେଡ ଦଳ ତରଫରୁ ରବିନ ୨୪ ରନ୍‌, କ୍ରିସ ଅଗ୍ରୱାଲ ୧୯ ରନ୍‌ ସଂଗ୍ରହ କରିଥିଲେ । ବଲାଙ୍ଗିର ଗ୍ରୀନ ଦଳ ତରଫରୁ ସଫଳ ବୋଲର ଭାବରେ ଟି.ଜେ. ରାଓ ସର୍ବାଧିକ ୩ ଗୋଟି ୱିକେଟ ନେଇଥିବା ବେଳେ ଫରିଦ ନାଗ ୨ ଗୋଟି ୱିକେଟ ନେଇଥିଲେ । ଆଜିର ଏହି ଫାଇନାଲ ମ୍ୟାଚ୍‌ରେ ଉତ୍ତମ ପ୍ରଦର୍ଶନ କରିଥିବା ଜିତ ବେହେରାଙ୍କୁ ମ୍ୟାନ ଅଫ୍‌ ଦ ଫାଇନାଲ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ଏହି ଫାଇନାଲ ମ୍ୟାଚ୍‌କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ସମୀର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଜଗପତି ନାଏକ ଓ ସ୍ୱାଗତ ଶୁଭଙ୍କର ସ୍କୋରର ଦାୟିତ୍ୱ ତୁଳାଇଥିଲ । ଆଜିର ଏହି ଉଦ୍‌ଯାପନୀ ଉତ୍ସବରେ କ୍ରୀଡା ସଂସଦର ସାଧାରଣ ସଂପାଦକ ହରି ନାରାୟଣ ପୁଜାରୀ ବିଜେତା ଓ ଉପ-ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏଥି ସହିତ ଧର୍ମେନ୍ଦ୍ର ମିଶ୍ର, ରାହୁଲ ସାହୁ ଓ ବାବୁଲୁ ଦାଶ, ସୁଦର୍ଶନ ବାଗ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

9 + five =