pakka

ସଡ଼କ ଦୁର୍ଘଟଣାରେ ୮ ବାଟାଲିୟନର ରୋଷେୟା ଓ ସିପାହୀଙ୍କ ମୃତ୍ୟୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁଗାଁ ଛକ ନିକଟସ୍ଥ ୧୬ ନମ୍ବର ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଛତ୍ରପୁର ଓଏସଏପି ୮ ବାଟାଲିୟନର ସିପାହୀ ବିଷ୍ଣୁ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ବାଟାଲିୟନର ରୋଷେୟା ବସନ୍ତ ନାୟକ ଛତ୍ରପୁର ସହର ଡିଆରଡିଏ ଛକ ପାର୍ଶ୍ଵରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସିପାହୀ ଜଣଙ୍କ ଓଡିଆର୍‌ଏଫ୍‌ ଟିମ୍‌ରେ କାର୍ଯ୍ୟରତ ଥିଲେ । ପ୍ରାପ୍ତ ସୂଚନାନୁଯାୟୀ, ବିଷ୍ଣୁ ଡ୍ୟୁଟି ସାରି ବାଇକ୍‌ରେ ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ହାଇୱେ ପେଟ୍ରୋଲିଙ୍ଗ ଏସଆଇ ଲୋକନାଥ ବେହେରା ଶବ ଉଦ୍ଧାର କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ପଠାଯାଇଥିଲା । ବାଟାଲିୟନ କର୍ତ୍ତୃପକ୍ଷ ଓ କର୍ମଚାରୀମାନଙ୍କ ଘଟଣାସ୍ଥଳରେ ଭିଡ଼ ଜମିଥିଲା । ବାଟାଲିୟନ କମାଣ୍ଡେଣ୍ଟ ସୂର୍ଯ୍ୟ ନାରାୟଣ ମଲିକ ଓ ହାବିଳଦାର ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ ଓ ଅଫିସର୍ସମାନେ ୨ ଜଣ ରୋଷେୟା ଓ ସିପାହୀଙ୍କୁ ହରାଇ ଗଭୀର ଶୋକବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.

19 − fifteen =