pakka

ଭତ୍ତା ମିଳିବାରେ ଅନିୟମିତତା ଅଭିଯୋଗ

bbehera

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମକି ଗାଁରେ ଭତ୍ତା ମିଳିବାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ କହିବା ଅନୁସାରେ ତାଙ୍କୁ ମିଳୁଥିବା ଭତ୍ତା କାହାର ଚାରିମାସ, କାହାର ସାତ ମାସ ତ’ କାହାର ଏକ ବର୍ଷ ଏକ ମାସର ଭତ୍ତା ଏ ପର୍ଯ୍ୟନ୍ତ ମିଳିନାହିଁ । ଏ ବିଷୟରେ ୱାର୍ଡ ସଦସ୍ୟ, ସରପଞ୍ଚ ଓ ପିଇଓଙ୍କୁ କହିଲେ ତୁମ୍ଭମାନଙ୍କ ଖାତାରେ ପଡ଼ିଛି, ବ୍ୟାଙ୍କକୁ ଯାଅ ବୋଲି କହୁଛନ୍ତି । ହେଲେ ଅନେକ ଥର ବ୍ୟାଙ୍କକୁ ଯାଇ ପାସ୍ ବହି ଚେକ୍ କରିଥିଲେ ମଧ୍ୟ ଟଙ୍କା ପଡ଼ିନଥିବାରୁ ହତାସ ହୋଇ ଘରକୁ ଫେରୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ ପଞ୍ଚାୟତ ପ୍ରଶାସନ କିମ୍ବା ବ୍ଲକ୍ ପ୍ରଶାସନ ଧ୍ୟାନ ଦେଉ ନଥିବାରୁ ଆଗାମୀ ଦିନରେ ବ୍ଲକ୍ କାର୍ୟ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

5 × 1 =