ls

ପ୍ରେମୀଯୁଗଳଙ୍କ ନିଖୋଜ ଘଟଣା : ୩ ଦିନ ପରେ ମୃତଦେହ ଉଦ୍ଧାର

a12

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଧରମବନ୍ଦା ଥାନା ଗୋଧସ ଜଳ ପ୍ରପାତକୁ ଡେଇଁ ଗତ ୩ ଦିନ ହେବ ନିଖୋଜ ଥିବା ପ୍ରେମୀଯୁଗଳଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ୪୬ ଘଣ୍ଟା ପରେ ଆଜି ପ୍ରେମୀଯୁଗଳଙ୍କ ମୃତଦେହ ନୂଆପଡ଼ା ଅଗ୍ନଶମ ବିଭାଗ ଉଦ୍ଧାର କରିଛି । ମିଳିଥିବା ସୂଚନା ମୁତାବକ, ରବିବାର ପ୍ରେମୀଯୁଗଳ ଏଠାକୁ ଆସିଥିଲେ । ସେମାନେ ଗୋଧସ ଜଳ ପ୍ରପାତକୁ ଡେଇଁଥିବା ସ୍ଥାନୀୟ କିଛି ଲୋକ ଦେଖିଥିବା ପୋଲିସକୁ କହିଥିଲେ । ସେଠାରୁ ମିଳିଥିବା କାଗଜପତ୍ରରୁ ସେମାନେ ଛତିଶଗଡ ରାଜ୍ୟ ଗରିଆବନ୍ଧ ଜିଲା ପିପଳଚୁଡି ଥାନା ଥୁଆପାଣିର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଏନେଇ ଧରମବନ୍ଧା ଥାନା ପୋଲିସ ଥୁଆପାଣି ଗ୍ରାମକୁ ଖବର ଦେଇଥିଲା । ଥୁଆପାଣି ଗାଁର କିଛି ଲୋକ ଆସି ଧରମବନ୍ଧା ଥାନାରେ ଆମର ଝିଅପୁଅ କିଛି ଦିନ ହେଲା କେଉଁଆଡ଼େ ପଳାଇ ଯାଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଆଜି ନୂଆପଡ଼ା ଅଗ୍ନିଶମ ବାହିନୀ ଜଳପ୍ରପାତର ଅକାତପାଣି ଭିତରୁ ଖୋଜି ବାହାର କରିବାରେ ସକ୍ଷମ ହୋଇଛନ୍ତି । ଆତ୍ମହତ୍ୟା ପୂର୍ବରୁ ସେମାନେ ଏକ ସୁଇସାଇଡାଲ ନୋଟ୍ ଛାଡ଼ିଯାଇଥିଲେ । ସେଥିରେ ଉଲ୍ଲେଖ ଥିଲା ଯେ, ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ସେମାନଙ୍କୁ ସ୍ବାମୀ ସ୍ତ୍ରୀର ମାନ୍ୟତା ମିଳିନଥିଲା । ପ୍ରେମ ବିବାହ ଉଦ୍ଦେଶ୍ୟରେ ଘରୁ ବାହାରି ଆସିଥିଲେ। କିନ୍ତୁ ସ୍ୱିକୃତି ନ ମିଳିବାରୁ ଆତ୍ମହତ୍ୟା କରିଥିଲେ । ମୃତ ପ୍ରେମୀଯୁଗଳ ପଡ଼ୋଶୀ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ପିପଲଛେଡି ଥାନା ଥୁଆପାନି ଗାଁର ଧନିରାମ ଅଁଟି (୧୮) ଓ ଦେମତି ସୋରି ବୋଲି ଜଣାପଡ଼ିଛି । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଧରମବନ୍ଧା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଅଧିକ ତଦନ୍ତ କରାଯାଉ ଥିବା ଧରମବନ୍ଧା ପୋଲିସ ପକ୍ଷରୁ ସୂଚନା ମିଳିଛି ।

manabhanjan
Leave A Reply

Your email address will not be published.