pakka

ସତିଗୁଡା ମୁଖ୍ୟ କେନାଲରେ ଭାସୁଛି ଜଣେ ବୃଦ୍ଧଙ୍କ ମୃତଦେହ

bbehera

ମାଲକାନଗିରି : ମାଲକାନଗିରି ସହର ଦେଇ ଯାଇଥିବା ସତିଗୁଡା ମୁଖ୍ୟ କେନାଲରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, କିଛି ଲୋକେ ସକାଳେ ଶୌଚ କରିବାକୁ ଯାଇଥିଲେ । ଏହି ସମୟରେ କେନାଲ ଭିତରେ ଏକ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତଦନ୍ତରୁ ମୃତ ବ୍ୟକ୍ତି ଜଣଙ୍କ ବୁଟିଗୁଡା ଅଞ୍ଚଳର ବୋଲି ଜଣାପଡିଛି । ତାଙ୍କ ନାମ ଯୁଧିଷ୍ଠିର ନାୟକ ୬୮ ବର୍ଷ ବୟସ ହେବ ବୋଲି ଅନୁମାନ କରାଯାଉଛି । ତେବେ ବୃଦ୍ଧଙ୍କ କିପରି ମୃତ୍ୟୁ ହୋଇଛି ତାହାର ତଦନ୍ତ ଆରମ୍ଭ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ ।

jay balangir
Leave A Reply

Your email address will not be published.

2 + seventeen =