କେନାଲରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ସାଲେପୁର : କେନ୍ଦ୍ରାପଡ଼ା କେନାଲରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର । ସାଲେପୁରରୁ ଶନିବାର ସକାଳ ପ୍ରାୟ ୮ଟା ସମୟରେ କେନ୍ଦ୍ରାପଡ଼ା କେନାଲ ପାଣିରେ ବଟେଶ୍ୱର ଗ୍ରାମ ନିକଟରେ ଏକ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖି ସାଲେପୁର ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାଲେପୁର ଦମକଳ ବାହିନୀର ସହାୟତାରେ ମୃତଦେହକୁ ପାଣିରୁ ଉଦ୍ଧାର କରି ବ୍ୟବଛେଦ ପାଇଁ କଟକ ପଠାଇବା ସହିତ ତଦନ୍ତ ଚାଲୁ ରଖିଛି । ଅପରପକ୍ଷେ ମୃତ ଯୁବକର ଏଯାଏଁ କୌଣସି ପରିଚୟ ମିଳିନଥିବା ବେଳେ ମୃତ ବ୍ୟକ୍ତିଙ୍କ ବୟସ ୪୦ରୁ ୪୫ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.

17 − 3 =