pakka

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ : ଟାଉନ ଥାନା ଅନ୍ତର୍ଗତ ମାଷ୍ଟରପଡା ଅଞ୍ଚଳରେ ଆଜି ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ମମତା ପୃଷ୍ଟି । ତାଙ୍କ ଘର ନୟାଗଡ଼ ଜିଲ୍ଲା ମଧ୍ୟଖଣ୍ଡ ଅଞ୍ଚଳରେ ବୋଲି ଜଣାପଡିଛି । ସୂଚନା ଅନଚସାରେ ମମତା ଘର ଭିତରେ ବେକରେ ଏକ ଲୁଗା ଗୁଡେ଼ଇ ଝୁଲୁଥିବା ନେଥ ଭାଗିରଥି ଘରକୁ ଆସି ଦେଖିବାକୁ ପାଇଥିଲେ । ଟାଉନ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ଏ ନେଇ ଅଧିକ ତଦନ୍ତ ଚାଲିଥିବା ସଦର ଏସଡିପିଓ ସୁପ୍ରସନ୍ନ ମଲିକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

one + nine =