ତୁରେକେଲା ରାଜୁ ରିଜର୍ଭ ଫରେଷ୍ଟରୁ ଅର୍ଦ୍ଧ ଦଗ୍ଧ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର : ପହଂଚିଲା ସାଇଣ୍ଟିଫିକ ଟିମ୍‌, ଅଧିକ ତଦନ୍ତ ଜାରି

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧିନସ୍ଥ ତୁରେକେଲା ଲାଠୋର ପିଡବ୍ଲୁଡି ମୁଖ୍ୟ ସଡକକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ଜଣେ ଅର୍ଦ୍ଧ ଦଗ୍ଧ ଯୁବତୀଙ୍କ ମୃତଦେହ ପୋଲିସ ଗୁରୁବାର ଅପରାହ୍ନ ପ୍ରାୟ ୩ଟାରେ ଉଦ୍ଧାର କରିଥିବା ଜଣାପଡିଛି । ଘଟଣାସ୍ଥଳରୁ ମିଳିଥିବା ଅନୁସନ୍ଧାନରୁ ଜଣାଯାଏ ଯେ, ଜଣେ ଅଜଣା ଯୁବତୀଙ୍କୁ କେହି ଦୁର୍ବୃତ୍ତ ମାରି ପୋଡି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତୁରେକେଲା ଗ୍ରାମବାସୀଙ୍କ ଖବର ପରେ ଘଟଣାସ୍ଥଳରେ କଂଟାବାଂଜି ପୋଲିସ ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ତୁରେକେଲା ଚାର୍ଜ ଆଇଆଇସି ପ୍ରଣୟ ମୁର୍ମୁ, ସବ୍‌ ଇନ୍ସପେକ୍ଟର ଚଲାନ ବାବୁ, ବଲାଙ୍ଗିର ସାଇଣ୍ଟିଫିକ ଦଳ ପହଂଚି ଅଧିକ ଅନୁସନ୍ଧାନ ଜାରି ରଖିଛି । ମୃତକଙ୍କ କୌଣସି ଚିହ୍ନ ବର୍ଣ୍ଣ ନ ଥିବାରୁ ପରିଚୟ ମିଳିପାରି ନାହିଁ । ଏ ସମ୍ପର୍କରେ ସୂଚନା ମିଳିବା ସୁଦ୍ଧା କୌଣସି ଅସଲ ତଥ୍ୟ ମିଳିପାରି ନାହିଁ ।

Leave A Reply

Your email address will not be published.

eight + six =