ବିପୁଳ ପରିମାଣର ବ୍ରାଉନସୁଗର ଜବତ, ଜଣେ ଗିରଫ

ନୀଳଗିରି : ବାଲେଶ୍ଵର ଜିଲ୍ଲା ସନ୍ତାରାଗଡ଼ିଆ ଅଞ୍ଚଳରୁ ୨୪୨ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଥିବା ଜଣାପଡିଛି । ବାଲେଶ୍ଵର ଭ୍ରାମ୍ୟମାଣ ଅବକାରୀ ବିଭାଗ ଓ ନୀଳଗିରି ଅବକାରୀ ବିଭାଗ ମିଳିତ ଚଢାଉ କରି ଏହି ବ୍ରାଉନସୁଗର ଜବତ କରିଛି । ଏହା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ନୀଳଗିରି ଅବକାରୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

one + three =