pakka

ଅଜଣା ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

bbehera

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ରଣ୍ଡା ଛକ ନିକଟରେ ଏକ ଅଜଣା ଟ୍ରାକ୍ଟର ଗାଡି ଧକ୍କାରେ କୁରେଭନା ଗ୍ରାମର ଏକ ୩୦ ବର୍ଷ ବୟସ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଯୁବକ ଜଣକ କୌଣସି କାମରେ ରଣ୍ଡା ଗ୍ରାମକୁ ଆସିଥିବା ବେଳେ ଟ୍ରାକ୍ଟରଟି ଜୋରରେ ଧକ୍କା ଦେଇଥିଲା ଫଳରେ ଉକ୍ତ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଟ୍ରାକ୍ଟରଟିକୁ ସ୍ଥାନୀୟ ଲୋକେ ଅଟକାଇ ରଖିଛନ୍ତି । ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

17 + 4 =