ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ କଳା ପରିଷଦ ମିଳିତ ଉଦ୍ୟମରେ ନୃସିଂହନାଥ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ବିନ୍ଧ୍ୟ ବାସିନୀ ଅତିଥି ଭବନ ପରିସରରେ ଶନିବାର ଜନ କଲ୍ୟାଣ ସେବା ଟ୍ରଷ୍ଟ ବରଗଡ ଆନୁକୁଲ୍ୟରେ ଓ ନୃସିଂହନାଥ କଳା ପରିଷଦ ସହଯୋଗରେ ନୂଆଖାଇଁ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାସ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡ. ଅଜିତ କୁମାର ନାଥ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ତ୍ୟାଗ ଅନୁଷ୍ଠାନ ବୁର୍ଲାର ସଭାପତି ଦୂର୍ଗା ପାଢି, ନୃସିଂହନାଥ କଳା ପରିଷଦ ସଭାପତି ସୁବୋଧ ପଣ୍ତା ଓ ଡା. ଅଜିତ ବାରିକ ପ୍ରମଖ ଯୋଗ ଦେଇଥିଲେ । ଜନ କଲ୍ୟାଣ ସେବା ଟ୍ରଷ୍ଟ ୨୦୦୮ ମସିହାରେ ୩ ଜଣ ସଦସ୍ୟରୁ ଆରମ୍ଭ କରାଯାଇ ବର୍ତ୍ତମାନ ଓଡିଶାର ୩୦ଟି ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କୁ କିପରି ସେବା ଯୋଗାଇ ଦିଆଯାଉଛି ଅତିଥିମାନେ ନିଜସ୍ୱ ମତବ୍ୟକ୍ତ ପ୍ରଦାନ କରିଥିଲେ । ପାଇକମାଲ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୨୦ ଜଣ ବ୍ୟକ୍ତି ବିଶେଷଙ୍କୁ ଅତିଥିମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜନ କଲ୍ୟାଣ ସେବା ଟ୍ରଷ୍ଟର ଆଜୀବନ ସଦସ୍ୟ ଭାବେ ବଡ ଶତପଥୀ, ବିଭୁତି ମୁଣ୍ତ, ସ୍ନେହଲତା ଯାଦବଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବଡ ଶତପଥୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

one × three =