om academy

ପୁରୁଣା ପେନ୍‌ସନ୍‌ ଦାବୀ ନେଇ ଅକ୍ଟୋବର ୧୫ରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର ଆଜି ଆର୍ଯ୍ୟ ମନ୍ଦିର ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗ ନେଇଥିବା ସମସ୍ତ ସଂଘର ସଦସ୍ୟ / ସଦସ୍ୟା ସରକାରଙ୍କ ନୂତନ ପେନ୍‌ସନ୍‌ ଯୋଜନାକୁ ବିରୋଧ କରିବା ସହିତ ବିଭିନ୍ନ ମତ ରଖିଥିଲେ । ଏଥିରେ ସମସ୍ତ ସଭ୍ୟ / ସଭ୍ୟା ସହମତି କ୍ରମେ ଜିଲ୍ଲା ସଂଘର ନିର୍ଦ୍ଦେଶ କ୍ରମେ ପୁରୁଣା ପେନ୍‌ସନ୍‌ ଲାଗୁ କରିବା ଦାବୀ ନେଇ ଅକ୍ଟୋବର ୧୫ ତାରିଖରେ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଆଇନମନ୍ତ୍ରୀଙ୍କୁ ଦାବୀପତ୍ର ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ ସଂଘର କର୍ମକର୍ତ୍ତାମାନେ କହିଛନ୍ତି ଯେ, ୨୦୦୫ ପୂର୍ବରୁ ନିଯୁକ୍ତ ସରକାରୀ କର୍ମଚାରୀ ପେନ୍‌ସନ୍‌ ପାଇବା ପାଇଁ ହକ୍‌ଦାର ଥିବା ବେଳେ ହଠାତ୍‌ ସରକାର ୨୦୦୫ ପରେ ଚାକିରି କରୁଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନ୍‌ସନ୍‌ ଯୋଜନା କାର୍ଯ୍ୟକାରୀ କରିବା ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଛି । ଭାରତ ବର୍ଷର ବିଭିନ୍ନ ରାଜ୍ୟ ରାଜସ୍ଥାନ, ଛତିଶଗଡ, ଝାରଖଣ୍ଡ, ପଂଜାବ କର୍ମଚାରୀଙ୍କ ଆବେଗକୁ ବିଚାର କରି ନୂତନ ପେନ୍‌ସନ୍‌କୁ ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ଯୋଜନା ଲାଗୁ କରିଛନ୍ତି । ପୁରୁଣା ପେନ୍‌ସନ୍‌ ସରକାରୀ କର୍ମଚାରୀଙ୍କୁ ବଂଚିତ କରି ନୂତନ ପେନ୍‌ସନ୍‌ ଯୋଜନା ପ୍ରଚଳନ ସରକାରଙ୍କ ଷଡଯନ୍ତ୍ର ଅଟେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ନୂତନ ପେନ୍‌ସନ୍‌ ଯୋଜନାରେ ଅବସରପ୍ରାପ୍ତ କର୍ମଚାରୀ ନିଜର ଗଚ୍ଛିତ ଟଙ୍କା ଯୋଗୁଁ ମାତ୍ର ୬୦୦ରୁ ୧୮୦୦ ଟଙ୍କା ପାଇବାର ନଜିର ଅଛି । ଏହା କେତେ ଯୁକ୍ତିଯୁକ୍ତ ସରକାରଙ୍କ ଏ ସଂପର୍କରେ ଭୂମିକା ଏକ ବିରାଟ ପ୍ରଶ୍ନବାଚୀ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି । ୨୦୦୫ ପରେ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନ୍‌ସନ୍‌ ନ ଦେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଏ ପରିପ୍ରେକ୍ଷୀରେ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ (ଏନ୍‌ପିଏସ୍‌, ଏକ୍ସକେଡର, କନିଷ୍ଠ ଶିକ୍ଷକ) ୧୫ ଅକ୍ଟୋବରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିବେ । ଅକ୍ଟୋବର ୨୯ରେ ଜିଲ୍ଲା ର‍୍ୟାଲିରେ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେବା ପାଇଁ ଏନ୍‌ପିଏସ୍‌ ଶିକ୍ଷକ ସଂଘର ସଭାପତି ଶିତୋଷ କୁମାର ପାଣିଗ୍ରାହୀ, ସଂପାଦକ ଅଞ୍ଜନ ସାଏ, ଏକ୍ସକେଡର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତରଣୀସେନ ପଧାନ, ସଂପାଦକ ଉକାଲୁ ସା, କନିଷ୍ଠ ଶିକ୍ଷକ ସଂଘର ସଭାପତି ମନସ ପାଣିଗ୍ରାହୀ, ଅଭିନାଶ ମାଝି, ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରମେଶ ଚନ୍ଦ୍ର ନନ୍ଦ, ସୁମନ ସାହୁ, ଦେବଦତ୍ତ ପଟେଲ, ବିକ୍ରମାଦିତ୍ୟ ସାହୁ, ରଂଜିତ ମିଶ୍ର, ପ୍ରମୋଦ ପଟେଲ, ସରୋଜ ଗଡତ୍ୟା, ନିଳମଣି ପଣ୍ଡା ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.

5 × one =