ବନ୍ୟପ୍ରାଣୀ ଓ ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା, ପୁନଃରୁଦ୍ଧାର ଓ ଅଭିବୃଦ୍ଧି ପରିବେଶ ସନ୍ତୁଳନର ମୂଳମନ୍ତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ୬୮ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ‘ଜିବେଦୟା’ର ବାର୍ତ୍ତା ପ୍ରଚାର କରି ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମରେ ପ୍ରଚାର ଚଳାଇଛନ୍ତି ବୋଳକଣା ଗ୍ରାମର ପରିବେଶ ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ । ଏହି ଅବସରରେ ଶ୍ରୀଯୁକ୍ତ ପାଢ଼ୀ କହିଛନ୍ତି, ମାନବ ସମାଜ ଓ ବନ୍ୟପ୍ରାଣୀ ଅଙ୍ଗାଙ୍ଗୀଭାବେ ଜଡିତ । ଆମ ରାଜ୍ୟ ଓଡିଶା ପ୍ରାକୃତିକ ସଂପଦ ଓ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଘଞ୍ଚ ଜଙ୍ଗଲ, ବିରଳ ବନ୍ୟପ୍ରାଣୀ ଓ ଜୈବ ବିବିଧତାର ଗନ୍ତାଘର । ଚିଲିକା ଓ ଭିତରକନିକା ଆର୍ଦ୍ରଭୂମିରେ ଶୀତଋତୁରେ ପରିବ୍ରାଜକ ପକ୍ଷୀଙ୍କ ସମାବେଶ ଏବଂ ଗହୀରମଥା ଓ ଋଷିକୂଲ୍ୟା ମୁହାଣରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ବିଶ୍ୱବିଦିତ । ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲ କ୍ଷୟ ନ କରି ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ସେମାନଙ୍କ ଆବାସସ୍ଥଳୀର ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ଆମେ ସମସ୍ତେ ସଚେତନ ହୋଇ କାର୍ଯ୍ୟ କରିବା ସଂପ୍ରତି ଆବଶ୍ୟମ୍ଭାବୀ ହୋଇପଡିଛି । ସପ୍ତାହ ବ୍ୟାପୀ ଚାଲିଥିବା ଅଭିଯାନକୁ ଉଦ୍‌ଯାପନୀ ଦିବସରେ ସମାଜସେବୀ ଡାକ୍ତର କ୍ଷେତ୍ରବାସୀ ପ୍ରଧାନ ବ୍ୟାନର ଓ ପ୍ରଚାର ପତ୍ର ପ୍ରଦର୍ଶନ କରି ବିପୁଳ ସ୍ୱାଗତ କରିବା ସହ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

Leave A Reply

Your email address will not be published.

3 × one =