oom

ଦୁର୍ଗାପୂଜାରେ ଶୋଭା ପାଇଲା ଯୁବ ବାଲୁକା ଶିଳ୍ପୀଙ୍କ ଦେବୀ ପ୍ରତିମା

jsmm

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ଠାରେ ଦୁର୍ଗାପୂଜା ଅବସରରେ ଅତାବିରା ଗ୍ରାମର ଯୁବ ବାଲୁକା ଶିଳ୍ପୀ କିରଣ ପ୍ରଧାନଙ୍କ ପ୍ରଥମ ବାଲୁକା କଳା ପ୍ରଦର୍ଶନ ହୋଇଯାଇଛି । ଦେବୀ ଦୁର୍ଗାଙ୍କ ମୁଖକୁ ଖୁବ୍ ସୁନ୍ଦର ଭାବରେ ବାଲିରେ ତିଆରି କରି ସେ ଉପସ୍ଥିତ ଦର୍ଶକଙ୍କ ଖୁବ୍ ପ୍ରଶଂସା ସାଉଁଟି ଥିଲେ । ଅତାବିରା ଗ୍ରାମର ପୁରୁଣା ବସ୍ତିର ଜନାର୍ଦ୍ଦନ ପ୍ରଧାନଙ୍କ ଦ୍ଵିତୀୟ ପୁତ୍ର କିରଣଙ୍କ ବାଲ୍ୟ କାଳରୁ କଳା କ୍ଷେତ୍ରରେ ରୁଚି ଥିବା ପରିଲକ୍ଷିତ ହୋଇଥିଲା । ସେ ନିଖୁଣ ଭାବରେ ୱାଲ ପେଣ୍ଟିଂ, ୱାର୍ଟର କଲର ପେଣ୍ଟିଂ, ପେନ୍ସିଲ୍ ସ୍କେଚ୍‌ କରି ପୂର୍ବରୁ ନିଜ କଳାର ପ୍ରଦର୍ଶନ କରି ଆସିଛନ୍ତି । କିନ୍ତୁ ଚଳିତ ବର୍ଷ ବାଲୁକା କଳା ପ୍ରଦର୍ଶନ କରି ନିଜର କଳା ନୈପୁଣ୍ୟର ଆଉ ଏକ ଦିଗ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।ସେ ତିଆରି କରିଥିବା କଳାକୃତି ମା’ ଦୁର୍ଗାଙ୍କ ପ୍ରତିକୃତିକୁ ଉଦ୍‌ଘାଟନ କରି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ କିରଣଙ୍କ କଳାକୃତିର ଢେର୍ ପ୍ରଶଂସା କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଦୂର୍ଗାପୂଜା କମିଟିର ଉନି ନାୟାର, ଡ. ରାମ କୈଳାସ ଅଗ୍ରୱାଲ, ଦଇତାରୀ ପ୍ରଧାନ, ସିଦ୍ଧାର୍ଥ ଶଙ୍କର ପଣ୍ଡା, ଦିନେଶ କୌସିକ, ଦିଲିପ ଅଗ୍ରୱାଲ, ପାର୍ଥ ସାରଥୀ ପଣ୍ଡା, ନରସିଂହ ମୂର୍ତ୍ତି, କେ ପି ଶ୍ରୀନିବାସ, ଅରବିନ୍ଦ ସୁଶାରି, ତିଳକରାଜ ଶର୍ମା, ବୁଲୁ କରଙ୍କ ସହ ନିଜେ କିରଣ ଉପସ୍ଥିତ ଥିଲେ । ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ, କିରଣକୁ ଆଗକୁ ବଢ଼ିବାକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

jittmm
Leave A Reply

Your email address will not be published.