ଭରସୁଜା ଗ୍ରାମରେ ଛେଲିଆପାଟ ଯାତ୍ରା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଭରସୁଜା ଗ୍ରାମରେ ଛେଲିଆପାଟ ଯାତ୍ରା ବିପୁଳ ଜନ ସମାଗମରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଦଶହରା ମାସ ଚତୁର୍ଦ୍ଦଶୀ ତିଥିରେ ଏହି ଯାତ୍ରାଟି ଅନୁଷ୍ଠିତ ହୋଇଥାଏ । ଭରସୁଜା ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଗତ ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ ଏହି ଯାତ୍ରା ନିରାଡମ୍ବର ଭାବେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ବହୁ ଆଡମ୍ବର ସହକାରେ ଭରସୁଜା ଗ୍ରାମର ଦେବୀ ମା’ ଛେଲିଆପାଟଙ୍କର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଗ୍ରାମର ଆଖପାଖ ଅଂଚଳର ବହୁ ଲୋକଙ୍କ ସମାଗମ ହୋଇଥିବା ପରିଲକ୍ଷିତ ହୋଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକେ ବେଶ୍ ଉତ୍ସାହ ଥିବା ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.

14 − one =