pakka

ବସ୍‌ ଧକ୍କା ୨ ଜଣ ମୃତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର – ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଭଦ୍ରାପାଲି ଛକ ପାଖରେ ଆଜି ଭୋର୍‌ ବେଳକୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଓଏସ୍‌ଆର୍‌ଟିସି ବସ୍‌ ବଲାଙ୍ଗିର ପଟୁ ଯିବା ବେଳେ ଧକ୍କା ଦେଇଥିବା କୁହାଯାଉଥିବା ବେଳେ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାର ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ପୁଇଁତଲା ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ସୁବର୍ଣ୍ଣପୁର ପଟରୁ ବାଇକ୍‌ରେ ଆସୁଥିଲେ ୨ ଜଣ ଯୁବକ । ଭଦ୍ରାପାଲି ଛକ ପାଖରେ ଓଏସ୍‌ଆର୍‌ଟିସି ବସ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିବା ବେଳେ ଘଟଣା ସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି । ବସ୍‌ ଡ୍ରାଇଭର୍‌ ତରଭା ଥାନାରେ ସରେଣ୍ଡର୍‌ କରିଥିବା କୁହାଯାଉଛି । ଦୁର୍ଘଟଣାଗ୍ରସ୍ତ ବାଇକର୍‌ ନଂ. ଓଡ଼ି୧୫ୱାଇ୭୯୮୩ ରହିଥିବା ବେଳେ ଘଟଣାସ୍ଥଳରୁ ପୋଲିସ ଶବ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

eighteen − sixteen =