pakka

ହରିଡ଼ାଖଣ୍ଡି ମୌଜା ଅନ୍ତର୍ଗତ ଉତ୍ତରାମୁଖୀ ସାହିର ୧୪୫ ପରିବାରକୁ ପଟ୍ଟା ୪ ମାସ ମଧ୍ୟରେ ପ୍ରଦାନ ପାଇଁ ବ୍ରହ୍ମପୁର ତହସିଲଦାରଙ୍କୁ ନିର୍ଦ୍ଦେଶ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରିଟ୍‌ ପିଟିସନ ଦାଖଲ କରାଯାଇଛି, ଯାହା ଡବ୍ଲ୍ୟୁପିସି ନଂ. ୩୨୨୫୦/୨୦୨୧ରେ ବ୍ରହ୍ମପୁର ତହସିଲ ଅନ୍ତର୍ଗତ ହରିଡ଼ାଖଣ୍ଡି ମୌଜାର ଉତ୍ତରମୁଖୀ ସାହିରେ ଦୀର୍ଘ ୬୦ ବର୍ଷରୁ ଅଧିକ ବର୍ଷ ଆବାଦୀ ଯୋଗ୍ୟ ଅନାବାଦୀ ପତିତ ଜମିରେ ବସବାସ କରି ଆସୁଥିଲେ ମଧ୍ୟ ରାଜନୈତିକ ଉଦ୍ଦେଶ୍ୟରେ ରଖି ପଟ୍ଟା ପ୍ରଦାନ କରାଯାଇ ନଥିବା ପ୍ରତିବାଦରେ ଅଭିଯୋଗ ଦାୟର କରାଯାଇଛି । ଉକ୍ତ ପିଟିସନରେ ଦର୍ଶାଯାଇଛି ଯେ’ ବ୍ରହ୍ମପୁର ମହାନଗର ତଥା ତହସିଲ ଅନ୍ତର୍ଗତ ହରିଡ଼ାଖଣ୍ଡି ରାଜସ୍ୱ ମୌଜା ଖାତା ନଂ. ୫୩୨, ପ୍ଲଟ ନଂ.୫୭୮/୧୮୩୬ ଏରିଆ ଏ ୧.୨୦୦ ଡିସିରେ ୧୫୦ ଗରିବ, ଜମିହୀନ, ବାସହୀନ ଓ ଦଳିତ ଶ୍ରେଣୀର ଅଟନ୍ତି । ଉପରୋକ୍ତ ୧୫୦ ପରିବାର ପଟ୍ଟା ପାଇବା ପାଇଁ ହକ ଥିଲେ ମଧ୍ୟ ଜାଣିଶୁଣି ଜିଲ୍ଲା ପ୍ରଶାସନ ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି । ଆଇନ ଅନୁଯାୟୀ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ଇଲାକାର ପ୍ରତେକ ମୌଜାରେ ୨୦୦୬ ମସିହାଠାରୁ ଗ୍ରାମକଣ୍ଟକ ଓ ପରାମ୍ପୋକ ବା ଆବାଦୀ ଯୋଗ୍ୟ ଅନାବାଦୀ ଜମିରେ ଦୀର୍ଘଦିନ ଧରି ବସବାସ କରୁଥିବା ପରିବାରକୁ ପଟ୍ଟା ଦିଆଯାଇଥିଲେ ମଧ୍ୟ ଏହି ପରିବାରକୁ ବାଦ ଦିଆଯାଇଛି । ତେଣୁ ଭାରତୀୟ ବିକାଶ ପରିଷଦ ତରଫରୁ ତା ୨୦.୧୧.୨୦୨୦ରେ ୧୫୦ ପରିବାର ସହିତ ଜିଲ୍ଲାପାଳ କାର୍ଯ୍ୟାଳୟ ଛତ୍ରପୁର ଘେରାଓ ଓ ଦାବୀପତ୍ର ପ୍ରଦାନ କରାଯାଇଥିଲା । ତିନି ମାସ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଯୋଗୁଁ ୨୪.୦୨.୨୧ରେ ରାଜସ୍ୱ କମିଶନର ବ୍ରହ୍ମପୁର କାର୍ଯ୍ୟାଳୟରେ ପ୍ରତିବାଦ ସହିତ ଆଇନ ଅନୁଯାୟୀ ପଟ୍ଟା ପ୍ରଦାନ କରିବା ପାଇଁ ଦାବୀପତ୍ର ମଧ୍ୟ ଦିଆଯାଇଥିଲା ଏବଂ ଯଦି ଏକ ମାସ ମଧ୍ୟରେ ପଟ୍ଟା ଦିଆଯାଉନାହିଁ ମାର୍ଚ୍ଚ ୧୫ ତାରିଖ ଠାରୁ ଅନଶନ କରିବା ପାଇଁ ମଧ୍ୟ ନୋଟିସ ପ୍ରଦାନ କରାଯାଇଥିଲା । କିନ୍ତୁ ଆର୍‌ଡିସି ବ୍ରହ୍ମପୁରଙ୍କ ଅନୁରୋଧ କ୍ରମେ ଧାରଣା ସ୍ଥଗିତ ରଖାଗଲା । କାରଣ ଆର୍‌ଡିସି ଅନୁରୋଧ କରିଥିଲେ ଯେ ମୋତେ ଅଧିକ ସମୟ ଦିଆଯାଉ, ମୁଁ ଜିଲ୍ଲାପାଳ ଓ ତହସିଲଦାରଙ୍କ ସହିତ ଯୋଗାଯୋଗ କରି ତୁମ କାମ କରିଦେବି । ତେଣୁ ଗଣଧାରଣା ସ୍ଥଗିତ ରହିଥିଲା । ଗତ ତା ୦୯.୦୮.୨୧ ରିଖ କ୍ରାନ୍ତି ଦିବସ ଠାରୁ ଆମ୍ଭ ଗଣଧାରଣା ପଟ୍ଟା ଦାବିକରି ତହସିଲ କାର୍ୟ୍ୟାଳୟ ବ୍ରହ୍ମପୁର ଠାରେ ଦୀର୍ଘ ୭୦ (ସତୁରି ଦିନ) ହେଲା ଚାଲିଆସିଛି ।

jay balangir
Leave A Reply

Your email address will not be published.

18 + six =

error: Content is protected !!