csstore

ମୋ କଲେଜ ପୋର୍ଟାଲ ଉଦ୍‌ଘାଟନରେ ଯୋଗଦେଲେ ଶତାଧିକ ପୁରାତନ ଛାତ୍ରଛାତ୍ରୀ

କଂଟାବାଞ୍ଜି, (ମନୀଶ କୁମାର ହଂସ) : ମୋ କଲେଜ ପୋର୍ଟାଳ ଉଦ୍‌ଘାଟନରେ ଯୋଗଦେଲେ ଶତାଧିକ ପୁରାତନ ଛାତ୍ରଛାତ୍ରୀ । କଂଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଏଲ ମାଧ୍ୟମରେ ମୋ କଲେଜ ପୋର୍ଟାଳର ଉଦ୍‌ଘାଟନ ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଭୁବନେଶ୍ୱର ଠାରେ ମୋ କଲେଜ ପୋର୍ଟାଳ ଉଦ୍‌ଘାଟିତ ହୋଇଯାଇଛି । ଏହା ମାଧ୍ୟମରେ କଲେଜର ପୁରାତନ ଛାତ୍ରଛାତ୍ରୀ କଲେଜ ସହ ଜୋଡି ହୋଇ ମାନସିକ ଶାନ୍ତି ପାଇବା ସହ କଲେଜର ଉନ୍ନତି ମଧ୍ୟ ହୋଇପାରିବ । କଂଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟର ଅଧକ୍ଷ ସତ୍ୟବ୍ରତ ମିଶ୍ରଙ୍କ ନେତୃତ୍ୱରେ ଏବଂ ଅଧ୍ୟପକ ଦୀନବନ୍ଧୁ କର, ଦେବେନ୍ଦ୍ର ମେହେର, ଲୋହିତାକ୍ଷ ଯୋଷୀ, ରାଜେଶ କୁମାର ମହାନ୍ତି, ଡ. ସଂଜୟ କୁମାର ମିଶ୍ର, ଅଧ୍ୟାପିକା ନମିତା ମିଶ୍ର, ସବିତା ମହାପାତ୍ରଙ୍କ ସହ ଅନ୍ୟ କର୍ମଚାରୀମାନଙ୍‌ଙ୍କ ସହଯୋଗରେ ସଭା ଆୟୋଜିତ ହୋଇଥିଲା ।

jayashree
Leave A Reply

Your email address will not be published.