ଆଜିଠୁ ପୁଣି ଆରମ୍ଭ ହେବ ମୋ ବସ୍ ସେବା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠୁ ପୁଣି ଆରମ୍ଭ ହେବ ମୋ ବସ୍ ସେବା । କରୋନା ମହାମାରୀ ପାଇଁ ବସ୍ ସେବା ବନ୍ଦ ଥିଲା । ତେବେ ମୋ ବସ ସେବା ଆରମ୍ଭ ହେଲେ ମଧ୍ୟ ଏଥିପାଇଁ କୋଭିଡ଼୍ ଆଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍ରେ ନନ୍ ଏସି ବସ୍ ଚଳାଚଳ କରିବା ନିଷ୍ପତ୍ତି ହୋଇଥିବା ବେଳେ ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ଏହା ଚଳାଚଳ କରିବ । ଅଗଷ୍ଟ ମାସ ସାରା ଶନିବାର ଓ ରବିବାର ମୋ ବସ୍ ସେବା ବନ୍ଦ ରହିବ ବୋଲି ସିଆରୟୁଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.