ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଦାରିଙ୍ଗବାଡିର ମିଡିଉବନ୍ଧ ଝରଣା : ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁ

ଦାରିଙ୍ଗବାଡି, (କେପିଏନ୍‌ଏସ୍‌) : ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଦାରିଙ୍ଗବାଡିର ମିଡିଉବନ୍ଧ ଝରଣା । ଏଥିପ୍ରତି କିନ୍ତୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ଦୃଷ୍ଟି ନଥିବାରୁ ଅବହେଳିତ ହୋଇପଡିଛି ଏହି ନିର୍ଝରିଣୀ । ସୂଚନା ଯୋଗ୍ୟ ଯେ, ଦାରିଙ୍ଗବାଡି ସହରରୁ ବ୍ରହ୍ମପୁର ଆଡକୁ ଯାଇଥିବା ରାସ୍ତାରେ ମାତ୍ର ୧୦ କି.ମି. ଗଲେ ଦାସିଙ୍ଗବାଡି ଠାରେ ରହିଛି ମିଡିଉବନ୍ଧ ଝରଣା । ଅତି ମନୋରମ ଜଙ୍ଗଲ ପରିବେଶ ମଧ୍ୟରେ କୁଳୁ କୁଳୁ ନାଦରେ ପାହାଡ ଉପରୁ ଖସୁଥିବା ଝରଣା ଦେଖଣାହାରୀଙ୍କୁ ମୁଗ୍ଧ କରିପକାଏ । ତେବେ ଏହି ଅମୂଲ୍ୟ ପ୍ରକୃତିକ ସଂପଦ ପ୍ରତି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ଦୃଷ୍ଟି ନଥିବାରୁ ଏହା ଅବହେଳିତ ଅବସ୍ଥାରେ ପଡି ରହିଛି । ଏଥିପ୍ରତି ସରକାର ଦୃଷ୍ଟି ଦେଇ ଉଚିତ୍‌ ପଦକ୍ଷେପ ଗ୍ରହଣ ପୂର୍ବକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

13 + ten =