jayashree

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭଉଣୀମାନଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ସଭାରେ ପରିଚାଳନା ସମିତିର ସଭାପତି ପୃଥ୍ବୀରାଜ ସାହୁ, ମୁଖ୍ୟ ଅତିଥି ବାଳିକା ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ମନିଷା ଭୋଇ ଓ ସମ୍ମାନିତ ଅତିଥି ଶ୍ରୀମତୀ ଖୁସବୁ ବରିହା, ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ, ମମତା ଗଡତିଆ ଗୁରୁମା ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଜୀବନରେ ବିଜ୍ଞାନର ମହତ୍ତ୍ଵ ବିଷୟରେ ଭାଇଭଉଣୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସମ୍ମାନିତ ଅତିଥି ତାଙ୍କ ବକ୍ତବ୍ୟରେ ନିରନ୍ତର ଜ୍ଞାନ ଅର୍ଜନ ପାଇଁ ଶିଶୁ ମାନଙ୍କୁ ଉଦବୋଧନ ଦେଇଥିଲେ । ପଶ୍ଚିମ ସମ୍ଭାଗ ବିଜ୍ଞାନ ପ୍ରମୁଖ ଶ୍ରୀମତୀ ମମତା ଗଡତିଆ ସମସ୍ତ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । ରଜତ କୁମାର ସାହୁ ଗୁରୁଜୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଉକ୍ତ ଜ୍ଞାନବିଜ୍ଞାନ ମେଳାରେ ମୋଟ ୨୪୧ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥି ମଧ୍ୟରୁ ୯ମ ଓ ୧୦ମ ଶ୍ରେଣୀରୁ ୧୫ଟି, ୬ଷ୍ଠ ଓ ୮ମ ଶ୍ରେଣୀରୁ ୩୦ଟି, ୪ର୍ଥ ଓ ୫ମ ଶ୍ରେଣୀରୁ ୨୩ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । କିଶୋର ଓ ବାଳ ବର୍ଗରୁ ୬ଟି ମୂର୍ତ୍ତିକଳା ପ୍ରସ୍ତୁତ ହୋଇଥିଲା । ସେହିପରି ଶିଶୁ ମନ୍ଦିର ବିଭାଗରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ୧ମରୁ ୩ୟ ଶ୍ରେଣୀରୁ ୮୦ଟି, ଅରୁଣ ଶ୍ରେଣୀରୁ ପ୍ରଭାତ ଶ୍ରେଣୀ ପର୍ଯ୍ୟନ୍ତ ୯୩ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ଯେଉଁମାନେ ଏହି ଜ୍ଞାନବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରିବେ ଆସନ୍ତା ଅଗଷ୍ଟ ୮ ତାରିଖରେ ସଂକୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା, ପଦ୍ମପୁରରେ ଅଂଶଗ୍ରହଣ କରିବାର ସୂଚନା ରହିଛି । ଶେଷରେ ସଭାପତି ପୃଥ୍ବୀରାଜ ସାହୁ ବୈଜ୍ଞାନିକ ମାନଙ୍କ ମହାନତା ସମ୍ପର୍କରେ ଆଶୀର୍ବଚନ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.