କଂଟାବାଂଜି ଏନ୍‌ଏସିରେ କାଉନ୍‌ସିଲିଙ୍ଗ୍‌ ମିଟିଙ୍ଗ୍‌

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌.ଏ.ସି. ସଭା ଗୃହରେ କାଉନ୍‌ସିଲିଙ୍ଗ୍‌ ମିଟିଙ୍ଗ୍‌ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ବରିୟାମ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥୀ, ସମ୍ମାନିତ ଅତିଥୀ ଭାବେ ଉପନଗରପାଳ ମନୋରମା ରାଉତ, ଏନ୍‌.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସମସ୍ତ କାଉନ୍‌ସିଲର୍‌ ସଭ୍ୟା/ସଭ୍ୟ, ଏମ୍‌.ଇ. ଏ.ପଟ୍ଟନାୟକଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । କଂଟାବାଂଜି ସହରର ବିଭିନ୍ନ ସମସ୍ୟା ଉପରେ କାଉନ୍‌ସିଲର୍‌ ସଭ୍ୟସଭ୍ୟା ନିଜ ନିଜ ୱାର୍ଡର ସମସ୍ୟା ଉପସ୍ଥାପନ କରିଥିଲେ । ଆଗାମୀ ଜନରାଜ୍ୟ ଦିବସ ପାଳନ ନେଇ ମଧ୍ୟ ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.