pakka

ବୁର୍ଡା ସ୍କୁଲରେ ନିମ୍ନମାନର ଏମ୍‌ଡିଏମ୍‌ ଚାଉଳ ଯୋଗାଣ ଅଭିଯୋଗ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣାରେ ଉତ୍ତମ ମାନର ଚାଉଳ ଯୋଗାଣ କରୁଥିବା କହୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡେଙ୍ଗ ପଞ୍ଚାୟତ ବୁର୍ଡା ସ୍କୁଲରେ ନିମ୍ନମାନର ଏମ୍‌ଡିଏମ୍‌ ଚାଉଳ ଯୋଗାଣ କରାଯାଇଥିବାର ଅଭିଯୋଗ ହୋଇଛି । ସୂଚନାମତେ, ବୁର୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟକୁ ଗତ ୮ ତାରିଖରେ ଏମ୍‌ଡିଏମ୍‌ ଚାଉଳ ଯୋଗାଣ ହୋଇଥିଲା । ଏହା ପରେ ସ୍କୁଲର ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ସାହୁ ଛାତ୍ରଛାତ୍ରୀମାନଙ୍କୁ ଚାଉଳ ବଣ୍ଟନ କରିବା ପାଇଁ ସ୍କୁଲ ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ନିମ୍ନମାନର ଚାଉଳ ବଣ୍ଟନ କରାଯାଇଥିବା ଜଣାପଡିବା ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିବା ବେଳେ ଫୋନ ଉଠାଇ ନ ଥିବା ବେଳେ ମତାମତ ମିଳି ନଥିଲା । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

twenty + twelve =