pakka

ଟିକ୍ରାପଡ଼ା ଅଞ୍ଚଳରେ ବଢୁଛି ଡ଼କାୟତି, ପୁଲିସ ଚୋରକୁ ଧରିବାରେ ବିଫଳ ଅଭିଯୋଗ : ମା’ ମୋବାଇଲ ଦୋକାନରୁ ଲାକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଦିନକୁ ଦିନ ଚୋରି, ଡକାୟତି ଭଳି ଅନେକ ଅପରାଧିକ ଘଟଣା ଘଟି ଚାଲିଥିବା ବେଳେ କେତେବେଳେ ଡକାୟତଙ୍କୁ ଧରିବାରେ ପୁଲିସ ସଫଳ ହେଉଛି ତ ଆଉ କେତେ ବେଳେ ବିଫଳ ହେଉଥିବା ଦେଖିବାକୁ ମିଳିଛି । ତେବେ ଟ୍ରିକାପଡ଼ା ଫାଣ୍ଡି ଅଞ୍ଚଳରେ ଚୋରକୁ ଧରିବାରେ ପୁଲିସ ବିଫଳ ହେଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଟିକ୍ରାପଡ଼ା ମୁଖ୍ୟ ରାସ୍ତାରେ ଥିବା ମା’ ମୋବାଇଲ ସାର୍ଭିସ ଦୋକାନରୁ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଟିକ୍ରାପଡ଼ା ଫାଣ୍ଡିରେ ଅଭିଯୋଗ ହୋଇଛି । ତେବେ ଦୋକାନ ମାଲିକ ପରେଶ ପାତ୍ର ତାଙ୍କ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ଡକାୟତମାନେ ଏକ ଚାରି ଚକିଆ ଗାଡ଼ିରେ ଆସି ସବୁ ସାମଗ୍ରୀ ଚୋରି କରି ଫେରାର୍ ମାରିବାରେ ସଫଳ ହୋଇଥିବା ବେଳେ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ମୁଖ୍ୟ ରାସ୍ତାର କିଛି ଦୂରରେ ଫାଣ୍ଡି ରହିଥିବା ବେଳେ ଡକାୟତ ଦଳ ପୁଲିସକୁ ଖୋଲା ଚ୍ୟାଲେଞ୍ଚ କରୁଥିବା ଅନୁମାନ କରାଯାଉଛି । ତେବେ ସକାଳୁ ଦୋକାନୀ ତାଙ୍କ ଦୋକାନ ଖୋଲିବା ପାଇଁ ଆସିଥିବା ବେଳେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଦୋକାନ ଖୋଲିବା ପରେ ସବୁ ସାମଗ୍ରୀ ନ ଥିବା ଦେଖିଥିଲେ । ସିସି ଟିଭି ଫୁଟେଜରେ ଏହାର ପ୍ରମାଣ ମଧ୍ୟ ରହିଛି । ଏହି ଡକାୟତ ଦଳରେ ୩ ଜଣ ଯୁବକ ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଏନେଇ ଫାଣ୍ଡିରେ ଅଭିଯୋଗ ହେବା ପରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ, ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ ଓ ବଲାଙ୍ଗିର ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଖୁବ ଶୀଘ୍ର ଅଭିଯୁକ୍ତମାନେ ଧରା ପଡିଯିବେ ବୋଲି ଏସ୍‌ଡିପିଓ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଗତ ଜୁନ ମାସରେ ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଯୋଷୀଙ୍କୁ ମାଡ଼ ମାରି ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଏ ପର୍ଯ୍ୟନ୍ତ ଗିରଫ ମଧ୍ୟ କରିନ ଥିବା ବେଳେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । କଡାକଡି ଭାବେ ପେଟ୍ରୋଲିଂ କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

18 + ten =