pakka

ଭିନ୍ନକ୍ଷମ ହେଲେ ବି ଡୋଳାମଣି ସକ୍ଷମ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ପଞ୍ଚାୟତ ଲିଟିପାଲି ଗ୍ରାମର ଦୃଷ୍ଟିହୀନ ଡୋଳାମଣି ମହାନନ୍ଦ ଭିନ୍ନକ୍ଷମ ହେଲେ ବି ସକ୍ଷମ । ସୂଚନା ଅନୁସାରେ ଜନ୍ମରୁ ସେ ଦୃଷ୍ଟିହୀନ ନୁହନ୍ତି । ସେ ରାଜବୋଡାସମ୍ବର ବ୍ଲକ ବରିକେଲ ଉଚ୍ଚବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଦୃଷ୍ଟି ଶକ୍ତି ହରାଇଥିଲେ, ତଥାପି ଡୋଳାମଣି ଭାଙ୍ଗି ନ ପଡ଼ି ପଢ଼ା ଜାରି ରଖିଥିଲେ । ଗତ ୨୦୧୫ରେ ବିଜେପୁର ବ୍ଲକର ତତ୍କାଳୀନ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ (ଡବ୍ଲ୍ୟୁଇଓ) ସଞ୍ଜୟ ଭୋଇଙ୍କ ଦୃଷ୍ଟିରେ ସେ ପଡ଼ିଥିଲେ । ଡୋଳାମଣିଙ୍କ ପାଠପଢ଼ା ପ୍ରତି ଆଗ୍ରହ ଦେଖିବା ଡବ୍ଲ୍ୟୁଇଓ ଭୋଇ ତାଙ୍କୁ ପତ୍ର ବିନିମୟ ପାଠ୍ୟକ୍ରମ ମାଧ୍ୟମରେ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଡୋଳାମଣି ୬୩ ପ୍ରତିଶତ ମାର୍କ ରଖି ୨୦୧୭ରେ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଚିକିତ୍ସା ପାଇଁ ଭୁବନେଶ୍ଵର ଏଲ.ଭି.ପ୍ରସାଦ କେନ୍ଦ୍ରରେ ନାମ ଲେଖାଇଥିଲେ । ୨୦୧୯ରେ ଏଠାରୁ ମଧ୍ୟ ୭୮ ପ୍ରତିଶତ ନମ୍ବର ରଖ୍ ସେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦୃଷ୍ଟିବାଧିତ ହେଲେ ସୁଦ୍ଧା ଡୋଲାମଣି ସଫଳତାର ପାହାଚକୁ ଚଢ଼ିବାରେ ତାହା ବାଧା ହୋଇନାହିଁ । ତେବେ ତାଙ୍କର ପିତାମାତା ପୁଅକୁ ଡ଼ାକ୍ତରଖାନାକୁ ନେଇଥିଲେ । ସେମାନେ ତାଙ୍କୁ ଶଙ୍କର ନେତ୍ରାଳୟ ଯିବାକୁ ପରାମର୍ଶ ଦେଇଥିବା ଜଣାଯାଏ । ଆର୍ଥିକ ଦୂରାବସ୍ଥା ଯୋଗୁଁ ଡୋଳାମଣି ମହାନନ୍ଦଙ୍କ ପିତାମାତା ତାଙ୍କ ଚିକିତ୍ସା କରାଇପାରୁ ନ ଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

12 − six =