oom

ପାଇକମାଲ ସାଂସଦ ପ୍ରତିନିଧି ବଲରାମ ସାହୁଙ୍କ ମାତୃ ବିୟୋଗ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ସାଂସଦ ପ୍ରତିନିଧି ବଲରାମ ସାହୁଙ୍କ ମାତା ଗୁଆଲେନ ସାହୁଙ୍କ ତାଙ୍କ କେନାବୁଦା ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ୯୩ ବର୍ଷ ବୟସ ହେଉଥିଲା । ସେ ଜଣେ ଧର୍ମ ପରାୟଣ ମହିଳା ଭାବରେ ଗାଁରେ ବେଶ ପରିଚିତ ଥିଲେ । ମୃତ୍ୟୁ ସମୟରେ ତାଙ୍କର ତିନି ପୁଅ ବଲରାମ ସାହୁ, ନିର୍ଭୟ ସାହୁ, ମିତ୍ରଭାନୁ ସାହୁ ଓ ଦୁଇ ଝିଅ ନାତି ନାତୁଣୀ, ଜ୍ଜାଇଁ ତଥା ବନ୍ଧୁ ବର୍ଗ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ ପୁଅ ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଲରାମ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀମତୀ ସାହୁଙ୍କ ବିୟୋଗରେ ବରଗଡ ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ବରିଷ୍ଠ ବିଜେପି ନେତା ସୁରେଶ୍ଵର ଶତପଥୀ ପ୍ରମୁଖ ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

jittmm
Leave A Reply

Your email address will not be published.