csstore

ମୋ’ ମାଟି ମୋ’ ଦେଶ ଅଭିଯାନ ଅନ୍ତର୍ଗତ ସହିଦମାନଙ୍କ ପାଇଁ ଅମୃତ କଳସ ଧରି ମାଟି ସଂଗ୍ରହ କଲେ ପୋଷ୍ଟାଲ କର୍ମଚାରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦେଶର ମାଟିକୁ ନମନ, ସହିଦ ବୀର ବୀରାଙ୍ଗନାମାନଙ୍କୁ ନମନ୍ କରିବା ସହ ଦେଶର ଜବାନ ଯେଉଁମାନେ ଦେଶକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଜନ ଭାଗିଦାରୀ ଅନୁଯାୟୀ ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ସହ ଦେଶର ବିଭିନ୍ନ ସଫଳତାର ବାର୍ତ୍ତା ଦେବାକୁ ଦେଶର ବିଭିନ୍ନ ପ୍ରାନ୍ତର ଗାଁ, ବ୍ଲକ୍, ଜିଲ୍ଲା, ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ମାଟି ସଂଗ୍ରହ କରି ଦିଲ୍ଲୀକୁ ପଠାଯିବ ।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଅପରାହ୍ନରେ ଟିଟିଲାଗଡ ଡାକଘର କର୍ମଚାରୀମାନେ ମୋ’ ମାଟି ମୋ’ ଦେଶ ଅଭିଯାନ ଅନ୍ତର୍ଗତ ଅମୃତ କଳସ ଧରି ଏକ ଶୋଭାଯାତ୍ରାରେ ବାହାରି ଦେଶ ଭକ୍ତି ସଙ୍ଗୀତର ତାଳେ ତାଳେ ସ୍ଥାନୀୟ ଡାକଘରରୁ ବାହାରି ସହରର ଏକ ନମ୍ବର ୱାର୍ଡ ପରିକ୍ରମା କରି ଲୋକଙ୍କଠାରୁ ମାଟି ସଂଗ୍ରହ କରିଛନ୍ତି । ଏହି ଅବସରରେ ଡାକଘର ପୋଷ୍ଟ ମାଷ୍ଟର ବାଲେଶ୍ୱର ବରିହା, ରାମ ଗୋପାଳ ବେହେରା, ଅନନ୍ୟା ଝାଙ୍କର, ପ୍ରତିଭା ଛତ୍ରିଆ, ବର୍ଷା ରାନି ସାମଲ, ଜି ଇନ୍ଦୁ, କ୍ଷୀର ସିନ୍ଧୁ ବେହେରା, ରମେଶ ଚନ୍ଦ୍ର ସାହୁ, ରଶ୍ମି ପଣ୍ଡା, ନନ୍ଦ କୁମାର ବେହେରା, ସୁଜିତ୍ ସାହା, ଖିରସିନ୍ଧୁ ବେହେରା, ବିଶ୍ୱଜିତ୍ ମାଝି, ହିମାଂଶୁ ମାଝି ପ୍ରମୁଖ ବୁଲି ବୁଲି ମାଟି ସଂଗ୍ରହ କରିଥିଲେ ।

jayashree
Leave A Reply

Your email address will not be published.