jayashree

ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ମାଟି ଘର

ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲାର ଧାଙ୍ଗେର ପଞ୍ଚାୟତର ୨ ନମ୍ବର ୱାର୍ଡରେ ପ୍ରବଳ ବର୍ଷା ଯୋଗୁଁ ଏକ ମାଟି ଘର ଭୁଶୁଡ଼ି ପଡ଼ିଛି। ଘରେ କେବଳ ମା’ ଓ ଝିଅ ରହୁଥିଲେ। ଦୁହେଁ ସରକାରୀ ଭତ୍ତା ଟଙ୍କା ଉପରେ ନିର୍ଭର କରି କଷ୍ଟେମଷ୍ଟେ ଜୀବନ ବିତାଉଥିଲେ। ଗତକାଲି ହୋଇଥିବା ଲଗାଣ ବର୍ଷାରେ ସାବିତ୍ରୀ ରହିତିଆଙ୍କ ମାଟି ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି ହୋଇନଥିଲେ ମଧ୍ୟ ପରିବାରଟି ବାସହରା ହୋଇପଡ଼ିଛି। ଘର ଭାଙ୍ଗିଯିବା ପରେ ସାବିତ୍ରୀ ଓ ତାଙ୍କ ଝିଅ ବର୍ତ୍ତମାନ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ଆର୍ଥିକ ଅନଟନ ଯୋଗୁଁ ନିଜସ୍ୱ ଉଦ୍ୟମରେ ନୂଆ ଘର ନିର୍ମାଣ କରିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ। ତେଣୁ ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ସରକାରୀ ଯୋଜନା ମାଧ୍ୟମରେ ସେମାନଙ୍କୁ ଏକ ପକ୍କା ଘର ଏବଂ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକଙ୍କ ସହ ପୀଡ଼ିତା ଦାବି କରିଛନ୍ତି।

Leave A Reply

Your email address will not be published.