pakka

ବୌଦ୍ଧ ଜିଲ୍ଲାରେ ଦ୍ଵାଦଶ ଜାତୀୟ ମତଦାତା ଦିବସ ପାଳିତ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ୧୨ ତମ ଜାତୀୟ ମତଦାତା ଦିବସ ସ୍ଥାନୀୟ ଟାଉନହଲଠାରେ ପାଳନ କରାଯାଇଅଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଅଛି । ଏହି ସଭାରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା , ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ସନତ କୁମାର ନାୟକ ଓ ଡେପୁଟି କଲେକ୍ଟର ନିର୍ବାଚନ ଅବନିକାନ୍ତ ସାହୁ ଉପସ୍ଥିତ ଥିଲେ । ସଭାରେ ପ୍ରଥମେ ଅତିଥି ଆମନ୍ତ୍ରଣ କରାଗଲା, ତା’ପରେ ଛାତ୍ରୀମାନଙ୍କ ଦ୍ଵାରା ଅତିଥିମାନଙ୍କୁ ବ୍ୟାଚ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଗଲା । ସମସ୍ତ ଅତିଥିଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଦ୍ବାରା ଦୀପ ପ୍ରଜ୍ଵଳନ କରାଗଲା । ମତଦାତା ଦିବସ ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ନୂତନ ମତଦାତା, ବୁଥ୍‌ସ୍ତରୀୟ ଅଧିକାରୀ ଓ ସମସ୍ତ ଉପସ୍ଥିତ ଅତିଥିମାନଙ୍କୁ ଶପଥ ପାଠ କରାଇଥିଲେ । ତା’ପରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ଆୟୋଜନ କରାଯାଇଥିବା କୁଇଜ, ପୋଷ୍ଟର ତିଆରି, ସ୍ଲେଗାନ ଲେଖା ଓ ଫେନସି ଡ୍ରେସ ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଗଲା ଏବଂ ନୂତନ ମତଦାତାମାନଙ୍କୁ ନୂତନ ଭୋଟରକାର୍ଡ ପ୍ରଦାନ କରାଗଲା । ଗତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୧୮-୧୯ ବର୍ଷ ବୟସ ମତଦାତାଙ୍କୁ ଭୋଟର ତାଲିକାରେ ପଞ୍ଜୀକରଣ କରିଥିବାରୁ ଜିଲ୍ଲାର ତିନିଜଣ ଏବଂ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ତିନିଜଣ ବୁଥସ୍ତରୀୟ ଅଧିକାରୀଙ୍କୁ ଉତ୍ସାହିତମୂଳକ ପୁରସ୍କୁତ କରାଗଲା । ଶେଷରେ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ଉପ ବିଭାଗ ଅଧିକାରୀ ରାଜଗୋପାଳ ମହାପାତ୍ର, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା, କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × two =