pakka

ଝାଡଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦର ଦ୍ୱିତୀୟ ବାର୍ଷିକୀ ଉପଲକ୍ଷେ ଆଭାସୀ ଆଲୋଚନାଚକ୍ର

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଝାଡଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦର ଦ୍ୱିତୀୟ ବାର୍ଷିକୀ ଉପଲକ୍ଷେ ଆଭାସୀ ଆଲୋଚନା ଚକ୍ରରେ ଓଡିଶା ଓ ଝାଡଖଣ୍ଡର ଅନେକ ବୁଦ୍ଧିଜୀବୀ ଯୋଗଦେଇ ଅନୁଷ୍ଠାନ ଓ ଓଡିଆ ଭାଷାର ସ୍ଥିତି, ସୁରକ୍ଷା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଜଗତ କୁମାର ସାମଲଙ୍କ ସଂଯୋଜନାରେ ଆୟୋଜିତ ଏହି ଆଭାସୀ ଆଲୋଚନାଚକ୍ରରେ ଅନୁଷ୍ଠାନର ଦୁଇ ଜଣ ପ୍ରତିଷ୍ଠାତା ଟିଟିଲାଗଡର ସ୍ୱର୍ଗତ ଡଃ ଅଜାମ୍ବର ମଲ୍ଲ ଏବଂ ଝାଡଖଣ୍ଡ ଝିଙ୍କପାନି ଚୋୟା ଗ୍ରାମର ବିଶିଷ୍ଟ ଭାଷା ପ୍ରେମୀ ସ୍ୱର୍ଗତ ଦେବେନ୍ଦ୍ର ଦାସଙ୍କ ବିୟୋଗରେ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଆଲୋଚନାଚକ୍ରରେ ଅତିଥି ଭାବେ ଜାମସେଦପୁର ୱାକର୍ସ କଲେଜର ଅଧ୍ୟକ୍ଷ ଡଃ ସତ୍ୟପ୍ରିୟ ମହାଳିକ, ବୁଦ୍ଧିଜୀବୀ ଡଃ ବାୟାମନୁ ଚର୍ଚ୍ଚି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖିକା ଡଃ ଶକୁନ୍ତଳା ବଳିଆରସିଂ, ଜାମସେଦପୁର ବିଚ୍ଛିନ୍ନାଞ୍ଚଳ ଗୌରବ ପ୍ରଦୀପ କୁମାର ଦାସ, କୋହ୍ଲାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ମନୋଜ କୁମାର ମହାପାତ୍ର, ଜୟନ୍ତଗଡର ଅଧ୍ୟାପକ ବିପ୍ଳବୀ ସୁବାସ ବେହେରା, ରାଉରକେଲାର କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ, ଅନୁଷ୍ଠାନର ପ୍ରତିଷ୍ଠାତା ରାଜନଗରର ବଂଶୀଧର ନାୟକ, ସହ ପ୍ରତିଷ୍ଠାତା ଚାଇଁବସାର ଇଂ ସୁଶାନ୍ତ କୁମାର ମହାରଣା ଓ ରୋହିତ କୁମାର ଦ୍ବିବେଦୀ, ସଢେଇକଳାର ସମାଜସେବୀ ହୀରାଲାଲ ଶତପଥୀ, ଅନୁଷ୍ଠାନର ସଭାପତି ରବୀନ କୁମାର ରଣା, ସଂପାଦକ ରାହୁଳ କୁମାର ଶତପଥୀ, ଜୟନ୍ତ କୁମାର ଦାସ, ବସନ୍ତ କୁମାର ଦାସ, ସୁଜୟ ଜେନା, ନିଶାନ୍ତ ସାହୁ, ସୁଶ୍ରୀ ଗଙ୍ଗା କାରୁଆ, ରାଧାକୃଷ୍ଣ ଜେନା, ଆଶୁତୋଷ ବେହେରା, ପୂର୍ଣ୍ଣଚନ୍ଦ୍ର ମହାକୁଡ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଓଡିଶାରୁ ଦୀର୍ଘ ୭୦ବର୍ଷ ପୂର୍ବରୁ ବିଚ୍ଛିନ୍ନ ହୋଇଥିବା ଓଡିଆ ଭାଷାଭାଷୀ ମାନଙ୍କର ଆର୍ଥିକ ଓ ସାଂସ୍କୃତିକ ବିପର୍ଯ୍ୟସ୍ତ ସଂପର୍କରେ ଆଲୋଚନା କରିଥିଲେ । ଏହା ସହ ଝାଡଖଣ୍ଡରେ ଥିବା ଓଡିଆଙ୍କ ଆର୍ଥିକ ବିକାଶକୁ ନେଇ ସର୍ଭେ, ଓଡିଆ ଭାଷାର ଉତ୍ପତ୍ତି ଓ ଇତିବୃତ୍ତି ସଂପର୍କରେ ଆଲୋଚନା କରାଯାଇଥିଲା । ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ସାଂସ୍କୃତିକ ସମାବେଶ ଉପରେ ଗୁରୁତ୍ୱାରୋପ କରାଯାଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଥିଲା । ଶେଷରେ ସଢେଇକଳା ରାଜନଗରର ସଦସ୍ୟ ରୋହିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

two + 8 =