pakka

ଭୋଟର ଦିବସ ପାଳିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାର ଅଧିକାରୀ ଓ ନୂତନ ଭୋଟରମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଉପସ୍ଥିତ ସମସ୍ତଙ୍କୁ ଭୋଟରଙ୍କ ସଚ୍ଚୋଟତାର ଶପଥ ପାଠ କରାଇଥିଲେ । ପରେ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ ସମୟରେ ସଠିକ୍, ନିର୍ଭୁଲ ତାଲିକା କରିଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ଜିଲ୍ଲାପାଳ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ସେହିପରି ନୂତନ ଭାବେ ଭୋଟର ତାଲିକାରେ ନିଜ ନାମକୁ ସାମିଲ କରିଥିବା ଯୁବ ଭୋଟରମାନଙ୍କୁ ଜିଲ୍ଲାପାଳ କାର୍ଡ ପ୍ରଦାନ କରିଥିଲେ । ସଭାରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen − 14 =