pr

ରିଷିଡା ପଂଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ କୃଷକ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

dr. purohit

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ରିଷିଡା ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହ କୃଷି ଋଣ ଓ ଜଳକର ଛାଡ଼ କରିବା ତଥା ତେଲନଦୀ ଠାରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ଦାବୀରେ କୃଷକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରିଷିଡା ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଅନୁଷ୍ଠିତ ରାଲିରେ ସଭାପତି ପ୍ରେମାନନ୍ଦ ପାତ୍ର, ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, ସରପଞ୍ଚ ସରସ୍ୱତୀ ମାଝୀ ନେତୃତ୍ୱ ନେଇଥିବା ବେଳେ ରିଷିଡା ଯୁବାମଞ୍ଚ ସଭାପତି ଅଶ୍ୱିନୀ କୁମାର ମାଝୀ, ସମ୍ପାଦକ ନରୋତ୍ତମ ସେଲମା, ନାରାୟଣ ରଣା, ନନ୍ଦକିଶୋର ରଣା, ନଥୁରାମ ରଣା, ଗୋପୀନାଥ ରଣା, ହିମାଂଶୁ ରଣା, ଲଷ୍ମୀପ୍ରସାଦ ସେଠ, ସତ୍ୟ ନାରାୟଣ କୁମାର, ବିଶ୍ୱଦୀପକ ପାତ୍ର, ସୋନୁ ରଣାଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ତହସିଲଦାର ବାସନ୍ତୀ ସେଠି ଦାବୀପତ୍ର ଗ୍ରହଣ କରି ମରୁଡି କ୍ଷୟକ୍ଷତି ଆକଳନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

nrusinghnath
Leave A Reply

Your email address will not be published.