pakka

ପୋଲିସ ଗୁଳିରେ ହାଡକୋର ମାଓବାଦୀ ନିହତ

bbehera

ମାଲକାନଗିରି : ପୋଲିସ ଗୁଳିରେ ହାଡକୋର ମାଓବାଦୀ ନିହତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଛତିଶଗଡ଼ର କିରାଣ୍ଡୁଲ ଥାନା ଅନ୍ତର୍ଗତ ବେଙ୍ଗପାଲି ଜଙ୍ଗଲ ଭିତରେ ନକ୍ସଲ ମାନେ ଏକ ଶିବିର କରି ରହିଥିବା ଖବର ପାଇ ଡିଆରଜି ବାହିନୀ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲା । ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ହାଡକୋର ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଲେଣ୍ଡମାଇନ, ପାଞ୍ଚଟି ଗ୍ରେନେଡ ଓ କିଛି ଜିଲୋଟିନ ଷ୍ଟିକ୍ ସହ ନକ୍ସଲ କିଟ ବେଗ୍ ପୋଷାକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ବୋଲି ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭ କହିଛନ୍ତି ।

Leave A Reply

Your email address will not be published.

two × four =