pakka

ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି ଯୁବନେତା କଳିକେଶ ନାରାୟଣ ସିଂହଦେଓ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି ଯୁବନେତା କଳିକେଶ ନାରାୟଣ ସିଂହଦେଓ । ପୂର୍ବତନ ବଲାଙ୍ଗିର ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ଆଜି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ବିଜେଡ଼ି ବିଧାୟକ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା ହୋଇଥିବା ବେଳେ କଳିକେଶ ନାରାୟଣଙ୍କୁ ବିଜୁ ଜନତା ଦଳ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି । ବଲାଙ୍ଗିର ବିଜେଡ଼ିର ନେତା ତଥା କର୍ମକର୍ତ୍ତାଙ୍କ ସହ କଳିକେଶଙ୍କ ଶୁଭେଚ୍ଛୁଙ୍କ ମହଲ୍‌ରେ ବେଶ୍‌ ଖୁସିର ବାତାବରଣ ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

4 × 4 =