pakka

ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସାଂଗଠନିକ ସଭା ଓ ନୂତନ କର୍ମକର୍ତ୍ତା ମନୋନୀତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଲକ୍ଷ୍ମଣ ଭବନ ପରିସରରେ ଛତ୍ରପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ)ର ଏକ ସାଂଗଠନିକ ସଭା ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାଶଙ୍କ ପୌରାହିତରେ ଅନୁଷ୍ଠିତ ହୋଇଯାଇଛି । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଆନ୍ଦୋଳନ ପରିପ୍ରେକ୍ଷୀରେ ସମସ୍ତ ଏନପିଏସ ଶିକ୍ଷକଙ୍କ ଯୋଗଦାନକୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଏହି ଅବସରରେ ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ)ର ନୂତନ କର୍ମକର୍ତ୍ତାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହି ଚୟନ ପ୍ରକ୍ରିୟାରେ ବ୍ଲକର ବରିଷ୍ଠ ଶିକ୍ଷକ ପଞ୍ଚାନନ ରଥ, କୈଳାଶ ଚନ୍ଦ୍ର ବେହେରା, ଏଲିମେଣ୍ଟାରୀ ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର କୁମାର ବେହେର, ସମ୍ପାଦକ ଲକ୍ଷ୍ମୀ ନାରାୟଣ ବେହେରା ଓ ଏକ୍ସକ୍ୟାଡର ସଂଘର ଜିଲ୍ଲା ସଭାପତି ବିଷ୍ଣୁ ନାରାୟଣ ପଣ୍ଡା ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ସମ୍ପାଦନ କରିଥିଲେ ଏବଂ ମନୋନୀତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ଛତ୍ରପୁର ବ୍ଲକ ପ୍ରାଥମିକ ସଂଘ (ଏନପିଏସ)ର ସଭାପତି ଭାବେ କୃଷ୍ଣ ଚନ୍ଦ୍ର ଦାଶ, ଉପସଭାପତି ଭାବେ ପୀତାମ୍ବର ବେହେରା ଓ ଜୋସ୍ନାରାଣୀ ସେଠୀ, ସମ୍ପାଦକ ଭାବେ ମନୋଜ କୁମାର ତ୍ରିପାଠୀ, ସାଂଗଠନିକ ସମ୍ପାଦକ ଭାବେ ମନୋରଞ୍ଜନ ପଲାଇ, ଯୁଗ୍ମ ସମ୍ପାଦକ ଭାବେ ରୀନା ରାଣୀ ମହାନ୍ତି ଓ ଆର୍. ଶିବାଜୀ ରେଡ୍ଡୀ, କୋଷାଧ୍ୟକ୍ଷ ଭାବେ ଶିବ ଶଙ୍କର ଗୌଡ, ମିଡିଆ କୋର୍ଡିନେଟର ଭାବେ ବିଭୁଦତ୍ତ ଶତପଥି ଓ ନିର୍ମଳ ଚନ୍ଦ୍ର ଗୌଡ, ଅଡିଟର ଭାବେ ଅରୁଣାଂଚଳ ବେହେରା ଓ ସ୍ଥିତପ୍ରଜ୍ଞା ହୋତା ଏବଂ ଉପଦେଷ୍ଟା ଭାବେ ରବି ନାରାୟଣ ଦାଶ, ପ୍ରଦୀପ କୁମାର ପ୍ରଧାନ, ସି.ଏଚ୍‌. କିରଣ କୁମାର, ସିଆରସିସି ଶ୍ରୀମତୀ ରୀତା ରଥ, ତ୍ରିନାଥ ସାହୁ, ଉଷାରାଣୀ ପାତ୍ର, ଦିଲ୍ଲୀପ କୁମାର ପଲାଇ ଓ ଆଇନ ପରାମର୍ଶଦାତା ଭାବେ ସଞ୍ଜୟ କୁମାର ବେହେରାଙ୍କୁ ମନୋନୀତ କରାଯାଇଛି । ସେହିପରି ବ୍ଲକର ୧୩ ଜଣ କ୍ଲଷ୍ଟର କୋର୍ଡିନେଟରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ଶେଷରେ ନବନିର୍ବାଚିତ ସମ୍ପାଦକ ମନୋଜ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.

13 + 7 =