om academy

ମନ୍ଦିର ଉପରେ ଯୁବକ : ମନ୍ଦିର ତଳେ ହଇଚଇ

jsm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ସକାଳେ ବୌଦ୍ଧ ଜିଲ୍ଲା ବନ୍ଧାପଥର ଗ୍ରାମ ପଞ୍ଚାୟତର ବନ୍ଧାପଥର ଗ୍ରାମ ସ୍ଥିତ ବାବା ଶ୍ରୀ ସିଦ୍ଧେଶ୍ଵର ମନ୍ଦିର ଚୂଡ଼ାରେ ଜଣେ ଯୁବକ ଛିଡାହୋଇଥିବାର ଦେଖି ଗ୍ରାମବାସୀଙ୍କ ଭିତରେ ହଇଚଇ ଖେଳି ଯାଇଥିଲା । ଗ୍ରାମବାସୀ ଯୁବକ ଜଣଙ୍କୁ ଯେତେ ବୁଝାସୁଝା କରି ତଳକୁ ଓହ୍ଲାଇ ଆସିବା ପାଇଁ ଅନୁରୋଧ କରିବା ସତ୍ତ୍ୱେ ସେ ତଳକୁ ଓହ୍ଲାଇ ନଥିଲେ । କୌଣସି ଅଘଟଣ ଘଟିବା ପୂର୍ବରୁ ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ବୌଦ୍ଧ ଆଦର୍ଶ ଥାନା ପୋଲିସ ଓ ଦମକଳ ବାହିନୀକୁ ଏ ବିଷୟରେ ଜଣାଇଥିଲେ । ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଯୁବକ ଜଣକ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା । ଶେଷରେ ଯୁବକଙ୍କୁ ବିସ୍କୁଟ ଓ ପାଣି ଦେବାରୁ ବହୁ କଷ୍ଟରେ ସେ ତଳକୁ ଓହ୍ଲାଇଥିଲେ । ବୋଧହୁଏ ଯୁବକଙ୍କୁ ଭୋକ ଓ ଶୋଷ ହେତୁ ସେ ତଳକୁ ଓହ୍ଲାଇ ଆସିଥିଲେ । ପରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଯୁବକଙ୍କୁ ଉଦ୍ଧାର କରି ନିଜ ସହିତ ନେଇ ଯାଇଥିଲେ । ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ମିଳିଛି ଯେ, ଯୁବକ ଜଣକ ପାଖ ବଢ଼ିଗାଁ ଗ୍ରାମର ସୁରେନ୍ଦ୍ର ବରିହା ଓ ସେ ବେଳେବେଳେ ମାନସିକ ଭାରସାମ୍ୟ ହରାଇଥାଆନ୍ତି । ତେବେ ଯୁବକ ଜଣକ ତଳକୁ ଓହ୍ଲାଇ ଆସିବାରୁ ଏକ ନିଶ୍ଚିତ ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଛି ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.