ଗଜପତିରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ଉପରେ ଲାଗିଲା କଟକଣା : ସୀତା ପାହାଡରେ ଲୋକଙ୍କ ଗହଳି ଆଶଙ୍କାରେ ଏସଓପି ଜାରି

ଗଜପତି : ରାଜ୍ୟରେ କୋଭିଡ ସଂକ୍ରମଣ କମିନଥିବାବେଳେ ସାମାଜିକ, ରାଜନୈତିକ ଓ କ୍ରୀଡା ସମାବେଶ ଉପରେ କଟକଣା ରହିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି ଏପଟେ ନୂଆ ରୁପରେ କରୋନା ଭୂତାଣୁ ବ୍ରିଟେନରୁ ବ୍ୟାପିବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ତେଣୁ ଆଗାମୀ ୧୪ ତାରିଖରେ ଗଜପତି ଜିଲ୍ଲାରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ପାଇଁ ଏସଓପି ଜାରି କରାଯାଇଛି । ୧୪ ରୁ ୧୬ ତାରିଖ ଯାଏଁ ମକର ସଂକ୍ରାନ୍ତି ଅବସରରେ ସୀତା ପାହାଡରେ ପୂଜାର୍ଚ୍ଚନା ସହ ଉତ୍ସବ ପାଳନ ଓ ଗୁଡିଉଡା ପାଇଁ ପ୍ରବଳ ଗହଳି ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କହିଛି ଯେ, କୋଭିଡ ନିୟମକୁ ମାନି ଉତ୍ସବ ପାଳନ ପାଇଁ ଅନୁମତି ଦିିଆଯିବ । ଅର୍ଥାତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଓ ହାତ ଧୋଇବା ଭଳି କୋଭିିଡ୍‌ ସତର୍କତା ଭିତରେ ମକର ସଂକ୍ରାନ୍ତି ଉତ୍ସବ ପାଳନ କରିବାକୁ ଏହି ଏସଓପି ଜାରି କରାଯାଇଛି । ବିଶେଷ କରି ଜିଲ୍ଲାର ଗୋଷାଣୀ ବ୍ଲକ ସୀତା ପାହାଡରେ ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବାରୁ ଏହି କଟକଣା ଜାରି କରିଯାଇଛି ।

Leave A Reply

Your email address will not be published.