ls

ମ. ରାମପୁର ରାମଲୀଳା ମହୋତ୍ସବ

a12
  • ପ୍ରଥମ ଦିନରେ ଦର୍ଶକଙ୍କୁ ବାନ୍ଧି ରଖିଲା ଆଦ୍ୟ କାଣ୍ଡ
  • ଆଜି ମଞ୍ଚସ୍ଥ ହେବ ‘ଅଯୋଧ୍ୟା କାଣ୍ଡ’

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରଠାରେ ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରସିଦ୍ଧ ରାମଲୀଳାର ପ୍ରଥମ ତଥା ଉଦ୍‌ଘାଟନୀ ରଜନୀରେ ଆଦ୍ୟ କାଣ୍ଡ ମଞ୍ଚସ୍ଥ ହେବା ସହ ନାଟକର ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ଯୋଗ ଦେଇଥିଲେ । ସଭାପତି ଜୀବେଶ୍ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମଞ୍ଚ ପୂଜନ ତଥା ଶୁଭ ଉଦ୍‌ଘାଟନ କରାଯିବା ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଶ୍ରୀରାମଲୀଳା ବନ୍ଦନା ଗୀତ ଉନ୍ମୋଚିତ ହୋଇଥିଲା । ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ପବନ ମହାଳିକ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ଚନ୍ଦ୍ରପୁରର କଳାକାର ଶରତ କୁମାର ପୁଟେଲଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ମାନପତ୍ର ପଠନ କରିଥିଲେ ଅଧ୍ୟାପିକା ଲିପ୍ସାମୟୀ ଦୁବେ । ମଞ୍ଚ ପରିଚାଳନା କରିଥିଲେ ହେମନ୍ତ ସାହୁ । ମଞ୍ଚ ଉଦ୍‌ଘାଟନ ପରେ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶିତ ରାମଲୀଳାର ଆଦ୍ୟ କାଣ୍ଡ ମଞ୍ଚସ୍ଥ ହୋଇଥିଲା । ବିଭିନ୍ନ ଭୂମିକା ଯଥା ନାରଦ ଭାବେ ଦିଲିପ୍ ତ୍ରିପାଠୀ, ବ୍ରହ୍ମା ଭାବେ ଅରୁଣ ହାତୀ, ଶିବ ଭାବେ ବିକାଶ ଆଚାର୍ଯ୍ୟ, ରତ୍ନାକର/ବାଲ୍ମୀକି ଭାବେ ରଞ୍ଜନ ମହାରଣା, ଅନ୍ଧକ ଭାବେ ଶ୍ରୀପତି ପଟ୍ଟନାୟକ, ସତ୍ୟବତୀ ଭାବେ କେଶବ ଦାଣ୍ଡିଆ, ଶ୍ରବଣ କୁମାର ଭାବେ ପ୍ରଦୀପ ସିଂ, ବେଦମତୀ ଭାବେ ବିପ୍ର ମାଝୀ, ରାବଣ ଭାବେ ସାଇ ପ୍ରସାଦ ମହାରଣା, ଦଶରଥ ଭାବେ ବୀରେନ୍ଦ୍ର ରଥ, ବଶିଷ୍ଠ ଭାବେ ଡମ୍ବରୁ ଧର ଭୋଇ, ବିଶ୍ଵାମିତ୍ର ଭାବେ ବିଶେଶ୍ୱର ମହାନ୍ତି, ରାମ ଭାବେ ଅମନ୍ ରାୟଗୁରୁ ଜୀବନ୍ତ ଅଭିନୟ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶନା ମହେଶ୍ୱର ସାହୁ (ଭୁବନେଶ୍ୱର) ଓ କଣ୍ଠ ଦାନ କରିଥିଲେ ସନ୍ତୋଷ କୁମାର ଦୁବେ, ଲିପ୍ସା ମହାରଣା, ଧୀରେନ୍ଦ୍ର ମହାନ୍ତି, ଜଗ ମୋହନ ସାହୁ, ସ୍ମୃତି ରେଖା ପାଢ଼ୀ, ବାଦ୍ୟ ଯନ୍ତ୍ରରେ ଭାରତ ରାଉତ, ଯୁଧିଷ୍ଠିର ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ସୁନିଲ ବିଭାର, ପ୍ରଶାନ୍ତ ସାହୁ । ରୂପ ସଜ୍ଜା ଦୀନବନ୍ଧୁ ମହାରଣା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଲଳିତ ମହାଳିକ, ବରିଷ୍ଠ ସଦସ୍ୟ ମିହିର୍ କୁମାର ଦୁବେ, ଶରତ ଚନ୍ଦ୍ର ମହାରଣା, ଚିତ୍ତ ରଂଜନ ବାଗ, ସନାତନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଆଜି ଏହି ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମଲୀଳାର ଦ୍ଵିତୀୟ ଦିନରେ ‘ଅଯୋଧ୍ୟା କାଣ୍ଡ’ ଅଭିନୀତ ହେବ ବୋଲି ଜୟନ୍ତ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି ।

manabhanjan
Leave A Reply

Your email address will not be published.