pr

ତିହାରର ଲୋକ ମହୋତ୍ସବ ଉଦ୍‌ଘାଟିତ

dr. purohit

ଅତାବିରା, (କେପିଏନ୍‌ଏସ୍‌) : ତିହାରର ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ସମିତିର ସଭାପତି ପୂର୍ବତନ ବିଧାୟକ ନିହାର ମହାନନ୍ଦଙ୍କ ସଭାପତିତ୍ୱ କରିଥିବା ବେଳେ ଆବାହକ ରବି ନାରାୟଣ ପଣ୍ଡା ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ କାମଦେବ ସାହୁ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ମୋହନ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୁର୍ଲା ଭୀମସାର ଗ୍ରାମ୍ୟ ସ୍ୱାସ୍ଥ୍ୟ ତାଲିମ କେନ୍ଦ୍ରର ଇନଚାର୍ଜ ଡ଼ା. ସଂଜୀବ ମିଶ୍ର, ଦୁର୍ଗା ମନ୍ଦିର କମିଟି ସଭାପତି ଦୈତାରୀ ପ୍ରଧାନ, ତିହାର ସମିତିର ସଂପାଦକ ଅରବିନ୍ଦ ପାତ୍ର, ସ୍ମାରଣୀକାର ସଂପାଦକ ସୁରେନ୍ଦ୍ର ନାୟକ, ନାଟ୍ୟକାର ସୁଶୀଲା ନାୟାର, ଐତିହାସିକ ତଥା ଗବେଷକ ରାଜେଶ ଅଗ୍ରୱାଲ, ସାମାଜିକ କର୍ମୀ ସଂକଳ୍ପ ପରିବାର ବିକାଶ ଅଗ୍ରୱାଲ ଯୋଗ ଦେଇଥିଲେ । ଏହି ଅବସରରେ ଅଭିନେତ୍ରୀ ସୁଶୀଲା ନାୟାରଙ୍କୁ ରାଜେନ୍ଦ୍ର ସାହୁ ସ୍ମୃତି ସମ୍ମାନ, ଅଧ୍ୟାପକ ମୋହନ ସାହୁଙ୍କୁ ମିତ୍ରଭାନୁ ବିଶ୍ୱାଲ ସ୍ମୃତି ସମ୍ମାନ, ସଂକଳ୍ପ ପରିବାରକୁ ସମାଜସେବୀ ବସନ୍ତ କୁମାରୀ ପଣ୍ଡା ସ୍ମୃତି ସମ୍ମାନ, ବରିଷ୍ଠ ସାମ୍ବାଦିକ ସମ୍ଭକାର ରାଜେଶ ଅଗ୍ରୱାଲ, କରୋନା ସମୟରେ ଟୀକାକରଣକୁ ତୋରାନ୍ୱିତ କରିବା ସହ ୩୬ ଥର ରକ୍ତଦାନ କରିଥିବା ଡ଼ା.ସଂଜୀବ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ତିହାର ଲୋକ ମହୋତ୍ସବ ସମିତିର ଉପସଭାପତି ଉନ୍ନି କ୍ରିଷ୍ଣ ନାୟାର ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଦ୍ୟୁତ ପ୍ରଭା ମିଶ୍ର ଓ ଅଂଜନ ପ୍ରଧାନ ସଂଯୋଜନା କରିଥିଲେ । ଏହି ଅବସରରେ ମେଟ୍ରିକ ପରୀକ୍ଷାରେ ବ୍ଲକ ସ୍ତରରେ ସର୍ବାଧିକ ମାର୍କ ରଖିଥିବା ଦେବାଶିଷ ବେହେରାଙ୍କୁ ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ରାମଲକ୍ଷ୍ମଣ ଦାଶ ସ୍ମୃତି ସମ୍ମାନରେ ପୁରସ୍କୃତ କରାଯାଇଥିଲା । ରବିବାର ତିହାର ଲୋକମହୋତ୍ସବର ଉଦ୍‌ଘାଟନୀ ଦିବସ ଥିବା ବେଳେ ବର୍ଷା କାରଣରୁ ହୋଇ ପାରି ନଥିବା ସତ୍ତ୍ବେ ମଂଚରେ ମା’ ଦୁର୍ଗାଙ୍କଠାରେ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରାଯାଇଥିଲା ।

nrusinghnath
Leave A Reply

Your email address will not be published.