oom

ମହିମା ଆଶ୍ରମର ସୁପରିଚାଳନା ପାଇଁ କର୍ମକର୍ତ୍ତା ନିର୍ବାଚନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଂଚାୟତରେ ଆଧ୍ୟାମିକ ବାତାବରଣ ଜାଗ୍ରତ କରିବା ପାଇଁ ସାଧୁ ଗିରିଜା ଶଙ୍କର ଦାଶଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ଅଂଚଳର ଅଗଣିତ ଭକ୍ତଙ୍କ ପ୍ରଚେଷ୍ଟାରେ ୨୦୦୯ ମସିହାରେ ଅନେକ ଆଲୋଚନା ପରେ ପଲସାନୀ ଗ୍ରାମର ଭକ୍ତ ଧବଳେଶ୍ୱର ବାଙ୍କା ୭ ଏକର, ଟୁଲ ବରିହା ୩ ଏକର ଭୂମି ସ୍ୱଇଚ୍ଛାରେ ଦାନ କରି ୨୦୧୭ରେ ଉକ୍ତ ଜମି ଉପରେ ଧୂନୀ ମନ୍ଦିର କାର୍ୟ୍ୟ ଆରମ୍ଭ ପରେ ଓଡିଶା ତଥା ନିକଟସ୍ଥ ଛତିଶଗଡ ରାଜ୍ୟରୁ ଅଗଣିତ ସାଧୁ ସନ୍ଥଙ୍କ ସମାଗମରେ ୨୦୧୮ ମସିହା ଫାଲଗୁନ ମାସ ଶୁକ୍ଲପକ୍ଷ ଷଷ୍ଟୀ ତିଥିରେ ମନ୍ଦିରର ଖୁବ୍‌ ଆଡମ୍ବର ପୂର୍ଣ୍ଣ ଭାବେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଏ ପରିପେକ୍ଷୀରେ ଆଜି ଧୂନୀ ମନ୍ଦିର ପ୍ରାଙ୍ଗଣରେ ଅଂଚଳର ଶତାଧିକ ଭକ୍ତଙ୍କ ଉପସ୍ଥିତିରେ ପ୍ରାରମ୍ଭେ ୩୦ ଜଣ ସଭ୍ୟଙ୍କୁ ନେଇ ଏକ କମିଟୀ ଗଠନ କରାଗଲା । ସମସ୍ତ ସଭ୍ୟଙ୍କ ସର୍ବସମ୍ମତି କ୍ରମେ ସଭାପତି ସନ୍ଥ ସାଧୁ ଗିରିଜାଶଙ୍କର ଦାଶ, ଉପ ସଭାପତି ଛବିଳ ବାରିକ, ବିନୋଦ ସେଠ, ଉପସଭାପତି ଡାକ୍ତର ପ୍ରଧାନ, ଗଜେନ୍ଦ୍ର ସେଠ ସମ୍ପାଦକ ଯୋଗେଶ୍ୱର ପ୍ରଧାନ, ଅଶୋକ ଭୋଇ, ସହ ସଂପାଦକ ପୀତବାସ ଭୋଇ, କିଶୋର ରଣା କୋଷାଧ୍ୟକ୍ଷ ଭୀଷ୍ମଦେବ ସାହୁ, ଜଗନ୍ନାଥ ଛତ୍ରିଆଙ୍କୁ ମନ୍ଦିରର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ନିର୍ବାଚିତ କରାଯାଇଛି ବୋଲି ଭକ୍ତ ମୁନୁ ସାହୁ, ମାତା ସୂର୍ୟ୍ୟ ସାହୁଙ୍କ ଠାରୁ ପ୍ରକାଶ ।

jittmm
Leave A Reply

Your email address will not be published.