ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ

ବଣାଇଗଡ଼ : ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଚେଇତା ଗ୍ରାମରେ ଗତ ରାତିରେ ଏହି ଘଟଣା ଘଟିଛି । ବାଙ୍କି ବନ ବିଭାଗ କର୍ମଚାରୀ ଓ ଚାନ୍ଦିପୋଷ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏହାର ତଦନ୍ତ କରୁଛନ୍ତି । ଗାଁରେ ପାଗଳ ମୁଣ୍ଡା ଓ ତାଙ୍କ ପତ୍ନୀ ମୋନିକା ମୁଣ୍ଡା ଧାନକ୍ଷେତ ଜଗିବାକୁ ଘର ନିକଟସ୍ଥ ଜମିକୁ ଯାଇଥିଲେ । ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ଅଧିକ ହାତୀ ସେମାନେ ଚାଷ ଜମିଚୁ ମାଡ଼ି ଆସିଥିଲେ । ‌ସ୍ୱାମୀ ସ୍ତ୍ରୀ ମିଶି ହାତୀ ଘଉଡ଼ାଇବା ବେଳେ ମହିଳାଙ୍କୁ ଅତି ନିକଟରୁ ପାଇ ହାତୀଟି ଦାନ୍ତରେ ଭୁଷି ମହିଳାଙ୍କ ଅନ୍ତବୁଜୁଳା ବାହାର କରି ଦେଇଥିବା ବେଳେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.