csstore

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧିର ଟଙ୍କା ଯୋଗାଇ ଦେବା ପାଇଁ ମହିଳା ଚାଷୀଙ୍କ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଦେଶର ଚାଷୀ ମାନଙ୍କୁ “ପ୍ରଧାନମନ୍ତ୍ରୀ କିଶାନ” ସମ୍ମାନ ନିଧି ପର୍ୟ୍ୟାୟକ୍ରମେ ବର୍ଷକୁ ୬ ହଜାର ଟଙ୍କା ଯୋଗାଇ ଦେଉଛନ୍ତି । ଗତ ୨୫ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୯ କୋଟି ଚାଷୀଙ୍କ ବ୍ୟା‌ଙ୍କ ଆକାଉଣ୍ଟକୁ ସିଧାସଳଖ ୧୮ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧିର କିସ୍ତି ଟଙ୍କା ଯୋଗାଇ ଦେଲେ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଭେଙ୍ଗରାଜପୁର ଗ୍ରାମ ଲେରଗାଁର ଚାଷୀ ମାନେ ଏଥିରୁ ବଞ୍ଚିତ ହୋଇଥିବାରୁ ଗାଁର ମହିଳା ମାନେ ତାର ପ୍ରତିବାଦ କରିଛନ୍ତି । ମହିଳା ନେତ୍ରୀ ଶ୍ରୀମତୀ ଚଂପା ସେଠ ଓ ହରିପ୍ରିୟା ସେଠଙ୍କ ନେତୃତ୍ବରେ ସର୍ବ ଶ୍ରୀମତୀ ଲିଲି ମେହେର, ଭାରତୀ ମେହେର, ଭୁମିସୂତା ମହାନନ୍ଦ ,ଜାନକୀ ସେଠ, ଚପା ସେଠ, ପଂଚମୀ ଗୁରସଖିଆ, ସରୋଜିନୀ ମଲ୍ଲିକ, ଉର୍ମିଲା ସେଠ, କୌଶଲ୍ୟା ସେଠ, ପ୍ରତମା ମହାନନ୍ଦ, ଶ୍ରାବଣୀ ବାଗ ଆଦି ବହୁ ମହିଳା ପାଇକମାଲ କୃଷି ଅଧିକାରୀଙ୍କୁ ଲିଖିତ ଜଣାଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଲେରଗାଁ ଗ୍ରାମରେ ଅଧିକାଂଶ ଆଦିବାସୀ ଦଳିତ ଛୋଟ ଚାଷୀ ମାନେ ଥିବା ସତ୍ତ୍ବେ ଓ ” ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ” ଅନୁଦାନ ତଥା ଓଡିଶା ସରକାରଙ୍କ କାଳିଆ ଟଙ୍କା ପାଇବା ପାଇଁ ବାରମ୍ବାର ଆବେଦନ କରୁଥିବା ସତ୍ତ୍ବେ କାହାରିକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅନୁଦାନ ମିଳୁ ନାହିଁ । ଏବେ ରାଜ୍ୟ ସରକାର କାଳିଆ ଟଙ୍କା ଚାଷୀଙ୍କୁ ଦେଉ ନଥିବାରୁ ଅତିକମ୍ରେ ରାଜ୍ୟ ସରକାର ଲେରଗାଁର ଚାଷୀ ମାନଙ୍କ ନାମ ତାଲିକା ” ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ” ଟଙ୍କା ଯୋଗାଇ ଦେବାପାଇଁ କେନ୍ଦ୍ରକୁ ଅନୁମୋଦନ କରନ୍ତୁ ବୋଲି ସେମାନେ ଦାବୀ କରିଛନ୍ତି,ଅନ୍ୟଥା ବାଧ୍ୟ ହୋଇ ଗ୍ରାମର ଚାଷୀ ମାନେ ପାଇକମାଲ କୃଷି ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଶ୍ରୀମତୀ ଚଂପା ସେଠ ଧମକ ଦେଇଛନ୍ତି ।

jayashree
Leave A Reply

Your email address will not be published.