pr

ପଦ୍ମପୁର ଉପଖଣ୍ଡସ୍ତରୀୟ ଷୁଣ୍ଢିକ ସମାଜର ମହାସଭା

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଲକ୍ଷ୍ମୀନାରାୟଣ କଲ୍ୟାଣ ମଣ୍ଡପଠାରେ ଷୁଣ୍ଢି ସମାଜ ତରଫରୁ ତିନି ଦିନ ବ୍ୟାପୀ ଏକ ମହାସଭା ଆୟୋଜିତ ହୋଇଯାଇଛି । ଏହି ମହାସଭାରେ ରାଜ୍ୟର ମୋଟ ଆଠଟି ଜିଲ୍ଲାରୁ ଷୁଣ୍ଢି ପରିବାରମାନେ ଆସି ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରାୟ ୨୨ ବର୍ଷ ପରେ ଅଂଚଳରେ ଏହି ମହାସଭାର ଆୟୋଜନ କରାଯାଇଛି । ଏହି ମହାସଭାରେ ସମସ୍ତ ଷୁଣ୍ଢି ସମାଜର ଆଗାମୀ ପିଢି କିପରି ନିଜର ଗୌରବ ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବା ସହ ତାହାକୁ ବଞ୍ଚାଇ ରଖିବେ ସେ ନେଇ ପ୍ରୟାସ କରାଯାଉଥିବା ବେଳେ ପ୍ରଚଳିତ ଯୌତୁକ ପ୍ରଥା ଏବଂ ବେଳେ ବେଳେ ସମ୍ନାକୁ ଆସୁଥିବା ବଧୁ ନିର୍ଯାତନା ପରି ବିଭିନ୍ନ ପ୍ରସଙ୍ଗ କିପରି ସମାଜରୁ ଦୂରେଇ ରହିବ ସେ ନେଇ ଏହି ମହାସଭାର ଆୟୋଜନ କରାଯାଇଥିବା ନେଇ ସମାଜର ସମ୍ପାଦକ କହିଛନ୍ତି । ଅନ୍ୟପଟେ ସମାଜରେ କେବଳ ପୁରୁଷମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ବର୍ତ୍ତମାନ ମହିଳାମାନେ କିପରି ଆଗକୁ ବଢିବେ ଏବଂ ନିଜର ପରିଚୟ ସୃଷ୍ଟି କରିବେ ସେନେଇ ଏହି ମହାସଭାର ପୂର୍ଣ୍ଣ ବ୍ୟବସ୍ଥା ନାରୀମାନଙ୍କ ହାତରେ ଦିଆଯାଇଥିବା ମଧ୍ୟ ପ୍ରକାଶ କରାଯାଇଛି । ପ୍ରଥମେ ଶ୍ରୀ ରାମେଶ୍ୱର ମହାଦେବ ବାବାଙ୍କ ମନ୍ଦିରରୁ ପୂଜା ଅର୍ଚ୍ଚନା ସହ ସମାଜର ଉଭୟ ପୁରୁଷ ଓ ମହିଳାମାନେ କଳସ ଧରି ନଗର ପରିକ୍ରମା କରିଥିଲେ । କଳସ ସ୍ଥାପନ ସହ ଦେବାଦି ଦେବ ମହାଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା ପୂର୍ବକ ମହାସଭାର ଶୁଭାରମ୍ଭ କରାଯାଇଥିବା ବେଳେ ବିଭିନ୍ନ ସଂକିର୍ତ୍ତନ୍ୟର ତାଳେ ତାଳେ ଭକ୍ତି ଓ ଉଲ୍ଲାସରେ ନାଚିଥିଲେ ।

nrusinghnath
Leave A Reply

Your email address will not be published.