pr

ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ଦ୍ୱାରା ନିଃଶୁଳ୍କ ବ୍ରତୋପନୟନ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରାହ୍ମଣ ମହାସଭାରଏକ ବୈଠକ ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ୩ଥର ଓଁକାର ଧ୍ୱନି ଉଚ୍ଚାରଣ ପରେ ସଂପାଦକ ଜୟରାମ ମିଶ୍ର ପୂର୍ବ ସଭାର ବିବରଣୀ ପାଠ କରିଥିଲେ । ଏହି ସଭାରେ ସମାଜ ଦ୍ୱାରା ନିଃଶୁଳ୍କ ବ୍ରତୋପନୟନ ଆସନ୍ତା ତା.୦୯.୦୪.୨୦୨୫ କରିବା ପାଇଁ ସ୍ଥିର କରାଗଲା । ଇଚ୍ଛୁକ ବ୍ରାହ୍ମଣ ବ୍ୟକ୍ତିମାନେ ଆସନ୍ତା ତା.୩୦.୦୩.୨୦୨୫ ସୁଦ୍ଧା ବ୍ରାହ୍ମଣ ମହାସଭାରେ ଯୋଗାଯୋଗ କରିପାରିବେ । ଏହି ବ୍ରତକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏକ ପଣ୍ଡିତ କମିଟି ଗଠନ କରାଗଲା । ଆସନ୍ତା ତା.୦୮.୦୪.୨୦୨୫ ଦିନ ଚାରିକର୍ମ ଓ ତା.୦୯.୦୪.୨୦୨୫ ବ୍ରତୋପନୟନ କରାଯିବାକୁ ସ୍ଥିର କରାଗଲା । ବ୍ରତ ପାଇଁ ବିଭିନ୍ନ ଆୟୋଜନ ତଦାରଖ କରିବା ପାଇଁ ଏବଂ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଗଲା । କର୍ତ୍ତାମାନେ ବଟୁମାନଙ୍କ ଆଧାର କାର୍ଡ ଓ ପିତାଙ୍କ ଆଧାରକାର୍ଡ ଦରଖାସ୍ତ ସାଙ୍ଗେ ଦାଖଲ କରିବେ । ଏହି ସଭାରେ ବ୍ରାହ୍ମଣ ମହାସଭାର ଉପଦେଷ୍ଟା ନୀଳମଣି ମିଶ୍ର, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସଂଗଠକ ସଂପାଦକ କିଶୋର କୁମାର ପୁରୋହିତ, ନଗର ସଭାପତି ନରେନ୍ଦ୍ର କୁମାର ଆଚାର୍ଯ୍ୟ, ସହ-ସଂପାଦକ ଶୁଭେନ୍ଦ୍ର ନେପାକ, ନଗର ସଂପାଦକ ସଂର୍କିର୍ତ୍ତନ ତ୍ରିପାଠି, ପଣ୍ଡିତ କିଶୋର ମିଶ୍ର, ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ଶ୍ୟାମ ସୁନ୍ଦର ଦାଶ, ଶିବ ଶଙ୍କର ଖୁଆସ, ରଂଜନ ତ୍ରିପାଠୀ, କିଶୋର ମୋହନ ମିଶ୍ର, ପ୍ରଭୁଦତ୍ତ ଶତପଥି, ସୁଧିର କୁମାର ତ୍ରିପାଠୀ, ଶିବ ଶଙ୍କର ରଥ, ବାଳକୃଷ୍ଣ ଷଡଙ୍ଗୀ, ବିରଂଚି ତ୍ରିପାଠି, ଜଗଦିଶ ପ୍ରସାଦ ନାଥ ଆଦି ସଭାରେ ଭାଗ ନେଇଥିଲେ ।

nrusinghnath
Leave A Reply

Your email address will not be published.