csstore

ମଧୁବୈଶ୍ୟ ସମାଜର ବାର୍ଷିକ ଉତ୍ସବ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିଷିପେଣ୍ଠ ସ୍ଥିତ କାମେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଛତ୍ରପୁର ତାଲୁକା ଆଞ୍ଚଳିକ ମଧୁବୈଶ୍ୟ ସମାଜର ବାର୍ଷିକ ସମ୍ମିଳନୀ ସଭାପତି ପଦ୍ମଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୦ ତାରିଖରେ ଛତ୍ରପୁରଠାରେ ଅନୁଷ୍ଠିତ ବୈଠକରେ ଚୟନ ହୋଇଥିବା ସମାଜର ନୂତନ କର୍ମକର୍ତ୍ତା ମାନଙ୍କୁ ନୂତନ ଦାୟିତ୍ୱ ହସ୍ତାନ୍ତର ଓ ଶପଥ ପାଠ ଗ୍ରହଣ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତି କ୍ରମେ ଚୟନ ହୋଇଥିବା ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ଅଭିନନ୍ଦନ କରାଯାଇଥିଲା । ସଭାପତି ଭାବେ ପଦ୍ମଚରଣ ସାହୁ, ଉପସଭାପତି ଭାବେ କୈଳାସ ଚନ୍ଦ୍ର ସାହୁ, ସମ୍ପାଦକ ଭାବେ ତ୍ରିନାଥ ସାହୁ, କୁଳ ବେହେରା ଭାବେ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଏବଂ କାର୍ଯ୍ୟକାରିଣୀ କର୍ମକର୍ତ୍ତା ଭାବେ ଅକୃର ସାହୁ, ନଟବର ସାହୁ, ସିମାଂଚଳ ସାହୁ, ପ୍ରଦୀପ ସାହୁ ପ୍ରମୁଖଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜର ବହୁ ସଭ୍ୟ ଓ ସଭ୍ୟାମାନେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.