csstore

ଯୁବକଙ୍କଠାରୁ ମୋବାଇଲ୍‌ ଫୋନ୍‌ ଲୁଟିନେଲେ ଦୁର୍ବୃତ୍ତମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲୱେ ଷ୍ଟେସନ୍‌ ନିକଟ ଉଦୟନଗରରେ ଥିବା ପୋଖରୀ ପାଖରୁ କାମରୁ ଫେରୁଥିବା ଯୁବକଙ୍କଠାରୁ ମୋବାଇଲ୍‌ ଫୋନ୍‌ ଲୁଟିନେଲେ ଦୁର୍ବୃତ୍ତମାନେ । ଏଭଳି ଏକ ଅଭିଯୋଗ ଆଜି ସଂଧ୍ୟାରେ ବଲାଙ୍ଗିର ଟାଉନ୍‌ ଥାନାରେ ପହଂଚିଛି । ଅଭିଯୋଗ ଅନୁସାରେ ବେହେରାପାଲିର ରାମଚନ୍ଦ୍ର ସେଠ୍‌ ଏବଂ ତାଙ୍କ ଭଣଜା ଗାନ୍ଧୀନଗରପଡ଼ା ନିବାସୀ ଶୁଭଙ୍କର କାଲସାଏ ସାର୍କିଟ୍‌ ହାଉସ୍‌ ପାଖକୁ କାମ କରିବାକୁ ଯାଇ ଅପରାହ୍ନ ପ୍ରାୟ ୪ଟା ସମୟରେ ଫେରୁଥିବା ସମୟରେ ରେଲୱେ ଷ୍ଟେସନ୍‌ ନିକଟ ଉଦୟନଗରରେ ଥିବା ପୋଖରୀ ପାଖକୁ ଶୌଚ ପାଇଁ ଯାଇଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ସେମାନଙ୍କଠାରୁ ୨ଟି ମୋବାଇଲ୍‌ ଫୋନ୍‌ ଲୁଟି ନେଇ ଟ୍ରେନ୍‌ ଲାଇନ୍‌ ଆର ପଟକୁ ଫେରାର୍‌ ମାରିଥିଲେ । ଏ ସଂପର୍କରେ ରାମଚନ୍ଦ୍ର ଓ ଶୁଭଙ୍କର ପରିବାର ସଦସ୍ୟଙ୍କ ସହ ଆସି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.