ପଞ୍ଚାୟତ କାର୍ଯ୍ୟାଳୟ ତାଲା ଭାଙ୍ଗି ଲୁଟ୍ : ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନେଇଗଲେ ଦୁର୍ବୃତ୍ତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତ କାର୍ଯ୍ୟାଳୟରୁ ତାଲା ଭାଙ୍ଗି ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ । କାର୍ଯ୍ୟାଳୟର ଏଲ୍‌ଇଡି ଟିଭି, ଇନଭର୍ଟର, ଇନଭର୍ଟର ବ୍ୟାଟେରୀ, ସାଉଣ୍ଡ ମେସିନ, ଅଫିସ୍ ସାମଗ୍ରୀ, ହରିଶ୍ଚନ୍ଦ୍ର ଯୋଜନା ପାଇଁ ଥିବା ପ୍ରାୟ ୩୦ ହଜାର ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହେଉଛି । ପଞ୍ଚାୟତ ଅଫିସରେ ସମସ୍ତ ଘରର କବାଟ ତାଲା ସହିତ ଷ୍ଟିଲ ଆଲମାରୀ ଗୁଡିକ ଭଙ୍ଗା ହୋଇଥିବା ଜଣାପଡିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅନୁମାନ କରାଯାଉଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍ ଷ୍ଟିଲ ଆଲମାରୀରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସହିତ ବହୁମୂଲ୍ୟ ସାମଗ୍ରୀ ଚୋରି ହୋଇଛି । ତେବେ ପଞ୍ଚାୟତ ଅଫିସ ପରିସରରେ ଗତ ଜାନୁଆରୀ ମାସ ୨୦ ତାରିଖରୁ ଜାରି ରହିଛି ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ । ବୁଧବାର ସଚେତନତା କାର୍ଯ୍ୟକ୍ରମର ଶେଷ ଦିନ ଥିଲା । ବାଉଁଶପାଳ ପଞ୍ଚାୟତ ରାତ୍ର ଜଗୁଆଳୀ ଦୁଷ୍ମନ୍ତ ପାତ୍ର ସକାଳୁ ସରପଞ୍ଚ ସନ୍ଧ୍ୟାରାଣୀ ଷାଣ୍ଢଙ୍କୁ ଚୋରି ହୋଇଥିବା ଘଟଣା ଜଣାଇବା ପରେ କାମାକ୍ଷାନଗର ଥାନାରେ ସରପଞ୍ଚ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ କାମାକ୍ଷାନଗର ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

sixteen − 12 =