csstore

ଉଡାର-ଶିରାବାହାଲ ରାସ୍ତାରେ ଲୁହା ଚକା ଲଗା ଟ୍ରାକ୍ଟର : ପିଡବ୍ଲୁଡ଼ି ରାସ୍ତା ୧୫ଦିନ ତଳେ ହୋଇଥିଲା କାମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାରରୁ ଶିରାବାହାଲ ରାସ୍ତାରେ ଲୁହା ଚକା ଲଗା ଗାଡ଼ି ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । ପ୍ରାୟ ୧୫ଦିନ ତଳେ ଏହି ରାସ୍ତା କାମ ହୋଇଥିବା ବେଳେ ଏବେ ଠାରୁ ଏଭଳି ଭାବେ ରାସ୍ତାରେ ଲୁହା ଚକା ଲଗା ଗାଡ଼ି ଚଳାଉଥିବାରୁ ରାସ୍ତାର ଭବିଷ୍ୟତ କେତେ ଦିନ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଦେଓଗାଁ ବ୍ଲକ, ତହସିଲ କାର୍ଯ୍ୟାଳୟକୁ ଯାଇଥିବା ରାସ୍ତାରେ ଲୁହା ଚକ ଲାଗି ଯାଉଥିବା ଟ୍ରାକ୍ଟର ଗୁଡ଼ିକକୁ ବାରଣ କରାଯାଉ ନଥିବାରୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଉଥିବା ରାସ୍ତା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ପୂର୍ତ୍ତ ବିଭାଗ ପକ୍ଷରୁ ନୂଆଁ କରି ନିର୍ମାଣ କରାଯାଇଥିବା ବେଳେ ରାସ୍ତା ଉପରେ ଲୁହା ଚକ ଲାଗିଥିବା ଟ୍ରାକ୍ଟରକୁ ଯିବା ଆସିବା ପାଇଁ ବାରଣ କରୁଥିବା ବେଳେ ଖୋଲମ ଖୋଲା ରାସ୍ତାରେ ଯାଉଥିବାରୁ ପ୍ରଶାସନ ପକ୍ଷରୁ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେଲେ ଲୋକେ ସୁଧୁରିବେ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, କେବଳ ଏହି ରାସ୍ତା ନୁହେଁ ପୂର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତାଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରୁଥିବା ବେଳେ ଲୁହାଚକ ଲାଗିଥିବା ଗାଡ଼ି ଯାଇ ନଷ୍ଟ ହେଉଛି । ତେଣୁ ତୁରନ୍ତ ଏଥିପ୍ରତି ଲୋକ ଲଗାଇବା ସହ ନିୟମ କାର୍ଯ୍ୟକାରୀ କରିବାକୁ ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.